www.samajalive.in
Saturday, December 6, 2025
26.1 C
Bhubaneswar

ବେଲପାହାଡ଼ରେ ରେଳ ରହଣି ଦାବି ; କେନ୍ଦ୍ରମନ୍ତ୍ରୀ ଦେଲେ ଆଶ୍ୱାସନା

ଝାରସୁଗୁଡ଼ା : କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଥ ସବୁବେଳେ ରେଳାବାଇ ବେଲପାହାଡ଼ ବାସୀଙ୍କୁ ବୈମାତୃକ ମନୋଭାବ ପୋଷଣ କରି ଆସୁଛି । ବେଲପାହାଡ଼ର ବିଭିନ୍ନ ଟ୍ରେନର ରହଣି କଥା ଉଠିଲେ କିମ୍ବା ରେଳ ଷ୍ଟେସନର ବିକାଶ କଥା ଉଠିଲେ ରେଳବାଇ ବିଭିନ୍ନ ବାହାନା ଦେଖାଇ ଏହାକୁ ଏଡ଼ାଇ ଦେଇ ଆସୁଛି । ଫଳରେ ବେଲପାହାଡ଼ବାସୀ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରି ଆସୁଛନ୍ତି । ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳବାଇ ବୋର୍ଡର ମେମ୍ବର ଟ୍ରାଫିକ ଗିରିଶ ପିଲ୍ଲାଇଙ୍କୁ ଭେଟିବା ସହିତ ଏହି ଦଳ ନୂଆଁଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନ ଭବନରେ କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ବେଲପାହାଡ଼ର ରେଳ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ବେଲପାହାଡ଼ରେ ରେଳରହଣି ସହିତ ଏହି ଷ୍ଟେସନର ବିକାଶ ପାଇଁ ପୂର୍ବରୁ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖି ସାରିଛନ୍ତି । ବେଲପାହାଡ଼ରୁ ଯାଇଥିବା ଏହି ପ୍ରତିନିଧି ଦଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ୱାସନା ଦେବା ସହିତ ଆସନ୍ତା ସପ୍ତାହରେ ରେଳମନ୍ତ୍ରୀ ତଥା ରେଳବାଇ ବୋର୍ଡ଼ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଥିଲେ । ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ ସଂଜୟ ସିଂ ଜିଲା ବିଜେପି ଉପ ସଭାପତି, ପ୍ରଚଣ୍ଡ ଜୟସ୍ୱାଲ, ବିଜେପି ôଯୁବ ନେତା ତଥା ସମାଜ ସେବୀ, ତପନକାନ୍ତ ଜେନା, ବିଜେପି ବେଲପ।ହାଡ଼ ମଣ୍ଡଳ ସଭାପତି, ସୁବାସ ପ୍ରଧାନ ଓ ସନ୍ତୋଷ ସାହୁ ପ୍ରମୁଖ ଥିଲେ ।
ପ୍ରକାଶ ଥାଉକି ବେଲପାହାଡ଼ ରେଳ ଷ୍ଟେସନରେ ଦୁର୍ଗ-ଦାନାପୁର-ଦୁର୍ଗ ସାଉଥ୍ ବିହାର ଦ୍ରୁତଗାମୀ ରେଳ ରହଣି ସହିତ ରାୟଗଡ଼-ଦୁର୍ଗ ଜନ୍ ଶତାବ୍ଦୀ ଦ୍ରୁତଗାମୀ ରେଳକୁ ବେଲପାହାଡ଼ରେ ରହଣି ଓ ରାୟଗଡ଼-ବିଲାସପୁର-ରାୟଗଡ଼ ପର୍ୟ୍ୟନ୍ତ ଚାଲିଥିବା ପାସେଞ୍ଜର ରେଳକୁ ବେଲପାହାଡ଼ରେ ରହିଣି ସହିତ ଝାରସୁଗୁଡ଼ା ରେଳ ଷ୍ଟେସନ୍ ପର୍ୟ୍ୟନ୍ତ ରହଣି ପାଇଁ ସମ୍ପ୍ରସାରଣ କରିବାକୁ ବେଲପ।।ହଡ଼ ନାଗରିକ ମଞ୍ଜ ଦାବି କରି ଆସୁଛି । ଏନେଇ ଅନେକଥର ରେଳ ରୋକ ହୋଇସାରିଛି । ଗତ ୧୬ ତାରିଖରେ ବେଲପାହାଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ୪ ଘଣ୍ଟାଧରି ରେଲ ରୋକ କରିଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories