www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷୁଛି ଅଦିନିଆ ବର୍ଷା : ଧାନ ଭିଜୁଥିବା ଦେଖି ଚାଷୀ ଆଖିରେ ଲୁହ

କଲମପୁର : ସପ୍ତାହ ବ୍ୟାପି ଲାଗି ରହିଛି ମେଘୁଆ ପାଗ। ଚାଷୀ ଜମିରୁ ପାକଳ ହେଇଥିବା ଧାନକୁ ଅମଳ କରିବା ପାଇଁ ଭୟ କରୁଛନ୍ତି ଚାଷୀ। ମଝିରେ ମଝିରେ ବର୍ଷା ପଡୁଥିବା ଦେଖି ଚାଷୀ ଚିନ୍ତିତ ରହିଛନ୍ତି । କିନ୍ତୁ ଶନିବାର ଦିନ ଠାରୁ ଆକାଶ ସମ୍ପୁର୍ଣ୍ଣ ମେଘାଛନ୍ନ ରହିଥିବା ବେଳେ ରହିଥିବା ବେଳେ ରବିବାର ସକାଳୁ ବର୍ଷା ଲାଗି ରହିଛି। ଯାହା ଫଳରେ ଅମଳ କରିଥିବା ଚାଷୀ ଧାନ ସବୁକୁ ନେଇ ଖଳାରେ, ମଣ୍ଡିରେ ଓ ରାସ୍ତା କଡରେ ଗଦେଇ ରଖିଛନ୍ତି। ଧାନର ସୁରକ୍ଷା ପାଇଁ ଚାଷୀ ପଲିଥିନ ଘୋଡାଇଥିଲେ ମଧ୍ୟ ପବନ ଓ ଖରାର ଅଭାବରୁ ଧାନ ଗାଦିଆ ଭିତରେ ରହି ନଷ୍ଟ ହେବାର ଆଶଙ୍କା କରାଯାଉଛି। କେବଳ ଅମଳ ଧାନ ନୁହେଁ ଜମିରେ ରହିଥିବା ପାକଳ ଧାନ ମଧ୍ୟ ନଷ୍ଟ ହେବାର ଆଶଙ୍କା କରାଯାଉଛି। ବର୍ଷା ସହିତ ପବନ ଲାଗି ରହିଥିବାରୁ ଧାନ ଗଛ ମାଟିରେ ପଡିଯାଉଛି। ଯାହାରି ଫଳେରେ ଧାନ ସବୁ ବର୍ଷା ପାଣି ଭିଜି ଗଜା ହେଇ ନଷ୍ଟ ହେବାର ଆଶଙ୍କା କରାଯାଉଛି। ବର୍ଷା ଯେତେ ବର୍ଷୁଛି ଚାଷୀର ଚିନ୍ତା ବଢିବା ସହ ନିଜ କଷ୍ଟ ଉପାର୍ଜିତ ଧାନ ନିଜ ଆଖି ସାମ୍ନାରେ ନଷ୍ଟ ହେଉଥିବା ଦେଖି ଚାଷୀ ଆଖିରୁ ଲୁହ ଝରୁଛି।
ସାମ୍ଭବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲା ପ୍ରଶାସନ ତରଫରୁ ଧାନ ମଣ୍ଡିକୁ ସାମୟିକ ବନ୍ଦ କରି ଦେଇଥିବା କାରଣରୁ ଖୋଲା ଆକାଶ ତଳେ ମଣ୍ଡି ବ୍ୟବସ୍ଥା କରାଯାଇଥିବା ବଡକୁଟୃ, ମିନଗୁର, ବିଜମରା, ଦୁଲକିବନ୍ଧ, ହାରାମାଲ, ଇଛାପୁର ଆଦି ମଣ୍ଡିରେ ଥିବା ଧାନ ଭିଜି ନଷ୍ଟ ହେବାର ଆଶଙ୍କା ରହିଛି। ଅଦିନିଆ ବର୍ଷା ମିଲ ମାଲିକ ଓ ତାଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ପାଇଁ ସୁଯୋଗ ସୃଷ୍ଟି କରିଛି। ବର୍ଷା କାରଣରୁ ଧାନ ବେରଙ୍ଗି ହେବା ଓ ଆଦ୍ରତା ରହିବା ସ୍ୱାଭାବିକ। ଏହାକୁ ନେଇ ମିଲ ମାଲିକ ମାନେ କ୍ୱିଣ୍ଟାଲ ପ୍ରତି ୧୦ କେଜିରୁ ଅଧିକ ଧାନ କଟନୀ ଦାବି କରିବାର ଆଶଙ୍କା ରହିଛି। ଯାହାରିଫଳରେ ଚାଷୀ କଟନୀ ଆକାରରେ ଶୋଷଣର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ତୁରନ୍ତ ଜିଲା ପ୍ରଶାସନ ଚାଷୀଙ୍କ ଧାନକୁ ସଠିକ ମୂଲ୍ୟରେ କିଭଳି ବିକ୍ରୟ କରାଯାଇ ପାରିବ ସେନେଇ ବ୍ୟବସ୍ଥା କରିବା ପାଇଁ ଚାଷୀ ସଂଗଠନ ସବୁ ଦାବି କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories