www.samajalive.in
Monday, December 8, 2025
27.1 C
Bhubaneswar

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ପ୍ରଧାନ ଶିକ୍ଷକ

ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ୍ ଲେତେର ତ୍ରିଶକ୍ତି ହାଇସ୍କୁଲ ପ୍ରଧାନ ଶିକ୍ଷକ କର୍ଣ୍ଣ କୁମାର ତାଣ୍ଡି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଛନ୍ତି। ଜଣେ ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଧରିଥିଲା। ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସର ଦୁଇଟି ଦଳ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଛନ୍ତି।

ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କ ବ୍ୟାଙ୍କ୍ ଜମା ଖାତାରେ ସମ୍ପୃକ୍ତ ଠିକାଦାର ୪୦ ହଜାର ଟଙ୍କା ଜମା କରିଥିଲେ। ଶ୍ରୀ ତାଣ୍ଡି ମୋବାଇଲରେ ଠିକାଦାରକୁ ଦେଇଥିବା ମେସେଜ ଏବଂ ବ୍ୟାଙ୍କ୍ ମେସେଜକୁ ଆଧାର କରି ଭିଜିଲାନ୍ସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।  ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories