www.samajalive.in
Tuesday, December 9, 2025
17.1 C
Bhubaneswar

ହ୍ଵାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାକୁ ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଡେସ୍କ: ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ‘ବିକଶିତ ଭାରତ ସମ୍ପର୍କ’ କାର୍ଯ୍ୟକ୍ରମ ଅଧୀନରେ ଲୋକଙ୍କୁ ତୁରନ୍ତ ହ୍ୱାଟ୍ସଆପ୍ ବାର୍ତ୍ତା ପହଞ୍ଚାଇବା ବନ୍ଦ କରିବାକୁ ନିର୍ବାଚନ ଆୟୋଗ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କମିଶନଙ୍କ ନିକଟରେ ଅଭିଯୋଗ ଆସିବା ପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

https://samajalive.in/tecno-pova-6-pro-5g-02/545266.html

- Advertisement -

ଆୟୋଗ କହିଛନ୍ତି ଯେ, ଏକ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ଏକାଧିକ ନିଷ୍ପତ୍ତିର ଏକ ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି। ଲୋକଙ୍କ ପାଖରେ ହ୍ୱାଟ୍ସଆପ୍ ମେସେଜ୍ ଆଉ ନ ପହଞ୍ଚାଇବାକୁ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଆୟୋଗ ମନ୍ତ୍ରଣାଳୟଠାରୁ ତୁରନ୍ତ ଅନୁପାଳନ ରିପୋର୍ଟ ମାଗିଛନ୍ତି।

କେଉଁ ରାଶି ଖେଳିବେ କେଉଁ ରଙ୍ଗରେ ହୋଲି : ପାଳନ କଲେ ସୁଖମୟ ହୋଇଥାଏ ଜୀବନ..

ମନ୍ତ୍ରଣାଳୟ କମିଶନଙ୍କୁ ଜଣାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଏକ ଚିଠି ସହ ଏହି ବାର୍ତ୍ତା ମାର୍ଚ୍ଚ ୧୬ ତାରିଖରେ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଠାଯାଇଥିଲା। ତେବେ ନେଟୱାର୍କ ସୀମିତତା କାରଣରୁ ଏହା ସମ୍ଭବ ଯେ କିଛି ଚିଠି ବିଳମ୍ବରେ ଡେଲିଭରି ହୋଇପାରେ ବୋଲି ମନ୍ତ୍ରଣାଳୟ କମିଶନଙ୍କୁ ଏକ ଚିଠିରେ କହିଛି।

ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ପୋଷାକ ମନା : ବସନ୍ତ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୁଳପତିଙ୍କ କଡା ନୋଟିସ୍

ସଂସଦୀୟ ନିର୍ବାଚନ ୨୦୨୪ ଘୋଷଣା ସତ୍ତ୍ୱେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଏଭଳି ବାର୍ତ୍ତା ନାଗରିକଙ୍କ ଫୋନରେ ପହଞ୍ଚାଯାଉଛି ବୋଲି ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ଆସିଥିଲା। କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଏହି ବାର୍ତ୍ତା ଉପରେ ଆପତ୍ତି ଉଠାଇବା ସହ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories