www.samajalive.in
Sunday, December 7, 2025
15.1 C
Bhubaneswar

ଆରଡି ଅଞ୍ଚଳରେ ୨ଦିନ ହେଲା ଲାଗି ରହିଛି ଅଦିନିଆ ଝଡବର୍ଷା 

ଆରଡି : ଗତ ୨ଦିନ ହେବ ଅଦିନିଆ ଝଡବର୍ଷା ଯୋଗୁଁ ଆରଡି ପୀଠ ସମେତ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା, ବଜ୍ରପାତ ଓ ଝଡତୋଫାନ ଲାଗି ରହିଛି। ଯାହାଫଳରେ ବୈତରଣୀ ଓ ସାଳନ୍ଦୀ ନଦୀକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀମାନେ ମାଛଧରା ବୋଟ ନଦୀକୂଳରେ ଲଙ୍ଗର ପକାଇ ବସି ରହିଛନ୍ତି। ତାହାସହ ଅଦିନିଆ ବର୍ଷାରେ ଖାଲୁଆ ଅଞ୍ଚଳ ସମେତ ଅନେକ ଚାଷଜମିରେ ପାଣି ଜମି ରହିବା ଫଳରେ ଖରାଟିଆ ପନିପରିବା ଚାଛ ନଷ୍ଟ ହେବାକୁ ବସିଛି। ବିଶେଷକରି ଆଗକୁ ପୂର୍ଣ୍ଣିମାତିଥି ଥିବାରୁ ଉଭୟ ନଦୀରେ ଉଚ୍ଚ ଜୁଆର ପ୍ରବାହିତ ହେଉଥିବାରୁ ନଦୀ ଫୁଲି ଉଠୁଛି। ଅନ୍ଯପଟେ ଲଗାଣବର୍ଷା ଓ ଝଡତୋଫାନ ଲାଗି ରହିଥିବାରୁ ଆରଡିପୀଠର ଆରାଧ୍ୟଦେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତ ଶୂନ୍ୟ ହୋଇପଡିଛି। ସେଠାରେ ଅନେକ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories