www.samajalive.in
Monday, December 8, 2025
20.1 C
Bhubaneswar

କେଉଁ ଦେଶରେ କେତେ ସୁନା ରହିଛି ମହଜୁଦ୍‌ ? ଆସନ୍ତୁ ଜାଣିବା ….

ନୂଆଦିଲ୍ଲୀ:କୌଣସି ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ସୁନା ଭଣ୍ଡାର ରହିବା ନିହାତି ଆବଶ୍ୟକ। ଯେତେବେ​‌ଳେ ଦେଶ ଅର୍ଥନୈତିକ ଅବନତି ଦେଇ ଗତି କରେ , ସେତେବେଳେ ଦେଶରେ ସୁନା କାମରେ ଆସେ। ପ୍ରତ୍ୟେକ ଦେଶ ସର୍ବଦା ନିଜ ସୁନା ଭଣ୍ଡାରକୁ ବଜାୟ ରଖିଥାନ୍ତି। ସାଉଦି ଆରବରେ ମଧ୍ୟ ଅନେକ ସୁନା ଅଛି।  ଫେବୃଆରୀ ୨୦୨୪ ରେ ସାଉଦି ଆରବରେ ପ୍ରାୟ ୪୩୨.୯୩୪ ମିଲିୟନ ଡଲାରର ସୁନା ଭଣ୍ଡାର ଥିବା ରେକର୍ଡ କରାଯାଇଛି। ଜାନୁଆରୀ ୨୦୨୪ ରେ ସାଉଦି ଆରବରେ ୪୩୨.୯୪୫ ମିଲିୟନ ଡଲାରର ସୁନା ଥିଲା।  ତେଣୁ ବର୍ତ୍ତମାନ ସାଉଦି ଆରବର ସୁନା ଭଣ୍ଡାରରେ ସାମାନ୍ୟ ହ୍ରାସ ଘଟିଛି। ଯଦିଓ ସାଉଦି ଆରବ ବିଶ୍ୱର ସର୍ବବୃହତ ସୁନାଧାରୀ ତାଲିକାରେ ୧୬ ତମ ସ୍ଥାନରେ ଅଛି, ୩୨୩ ଟନ୍ ସୁନା ମଧ୍ୟ ବହୁତ୍ ଅଟେ। ସାଉଦି ଆରବ ସୁନା ସଂରକ୍ଷଣ ତଥ୍ୟ ପ୍ରତି ମାସରେ ଅପଡେଟ୍ ହୋଇଥାଏ। ୧୯୫୭ ଡିସେମ୍ବରରୁ ୨୦୨୪ ପର୍ଯ୍ୟନ୍ତ ସାଉଦି ଆରବରେ ହାରାହାରି ୨୦୧.୬୦୦ ମିଲିୟନ ଡଲାର ସୁନା ଥିଲା। ଡିସେମ୍ବର ୨୦୧୨ରେ ସାଉଦି ଆରବରେ ସର୍ବାଧିକ ୪୩୩.୦୬୭ ମିଲିୟନ ଡଲାର୍ ସୁନା ଥିଲା। ୧୯୫୭  ଡିସେମ୍ବରରେ ସାଉଦିରେ ସର୍ବନିମ୍ନ ପରିମାଣର ସୁନା ଥିଲା ୧୫.୯୯୫ ନିୟୁତ ଡଲାର ।  ସିଇଆଇସି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି ।  ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ସୁନା ଭଣ୍ଡାର ଦୃଷ୍ଟିରୁ ସାଉଦି ଆରବ, ବ୍ରିଟେନ୍ ଏବଂ ସ୍ପେନ୍ ଭଳି ଦେଶଠାରୁ ଭାରତ ବହୁତ ଆଗରେ ରହିଛି।  ଫୋର୍ବସର ସଦ୍ୟତମ ରିପୋର୍ଟରେ ସୁନା ସଂରକ୍ଷଣ କ୍ଷେତ୍ରରେ ଭାରତ ନବମ ସ୍ଥାନରେ ଥିବାବେଳେ ସାଉଦି ଆରବ ୧୬ ତମ ସ୍ଥାନରେ ରହିଛି। ଆମେରିକା ପାଖରେ ବିଶ୍ବର ସର୍ବାଧିକ ସୁନା ୮, ୧୩୩.୪୬ ଟନ୍ ଥିବାବେଳେ  ଭାରତରେ ୮୦୦.୭୮ ଟନ୍ ରହିଛି। ସାଉଦିରେ ୩୨୩.୦୭ ଟନ୍ ସୁନା ଅଛି । ସାଉଦି ତୁଳନାରେ ବ୍ରିଟେନର କମ୍ ସୁନା ରହିଛି। ସମସ୍ତ ଦେଶ ସର୍ବଦା ସେମାନଙ୍କର ସୁନା ଭଣ୍ଡାରକୁ ମଜବୁତ କରିବାକୁ ଚେଷ୍ଟା କରନ୍ତି।  କାରଣ ଏହା ବିପଦ ସମୟରେ ଉପଯୋଗୀ ହୋଇଥାଏ।  ଅର୍ଅଥନୈତିକ ଅବନତି ସମୟରେ ସରକାର ସୁନା ବିକ୍ରି କରି ଦେଶକୁ ଆଗକୁ ନେବା ପାଇଁ କାର୍ଯ୍ୟ କରନ୍ତି।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories