www.samajalive.in
Sunday, December 14, 2025
14.1 C
Bhubaneswar

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚୌଦ୍ୱାର: ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଧୁମାବତୀ ଛକରେ ସଡକ ଦୁର୍ଘଟଣାରେ ସୋମନାଥ ସ୍ୱାଇଁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଚୌଦ୍ୱାର ପୌରପାଳିକା ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର ସୋମନାଥ ସବୁଦିନ ପରି ମଙ୍ଗଳବାର ସକାଳେ ନିଜ ମଟର ସାଇକେଲରେ ସ୍ଥାନୀୟ କାରଖାନାକୁ କାମ କରିବାକୁ ଆସୁଥିବା ବେଳେ ଧୂମାବତୀ ଛକ ନିକଟରେ ପଛରୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ସେ ବାଇକ ସହିତ ଟ୍ରକ ଚକା ତଳେ ପଡିଯିବା ଫଳରେ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ପଠାଇଥିଲେହେଁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପାଇକରାପୁର ଗ୍ରାମବାସୀ ରୁଣ୍ଡ ହୋଇ ଯିବା ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧୁମାବତୀ ଛକରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ମୃତକଙ୍କ ପରିବାରକୁ କ୍ଷତିପୁୂରଣ ପ୍ରଦାନ କରିବା ଦାବିରେ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲା ।ପୁଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ଯାତାୟତ ସ୍ୱଭାବିକ କରାଇଥିଲେ। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବା ଓ ସର୍ଭିସ୍ ରୋଡ଼ରେ ଭାରିଯାନ ସହିତ ସମସ୍ତ ହାଲୁକା ଯାନ ଚଳାଚଳ କରିବା ହେତୁ ବାରମ୍ବାର ଦୁର୍ଘଟଣାମାନ ଘଟି ବହୁ ଧନ ଜୀବନ ହାନୀ ହେଉଥିବାରୁ ଜାତୀୟ ରାଜପଥ ପ୍ରଧିକରଣ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories