www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟର: ୪ ନକ୍ସଲ ନିହତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର। ଏଥିରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ୪ ନକ୍ସଲଙ୍କ ମୃତଦେହ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ନିହତ ୪ ଜଣ ନକ୍ସଲଙ୍କ ନାଁରେ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଗଢଚିରୋଲି ଏସପିଙ୍କ ସୂଚନା ଅନୁସାରେ ନିର୍ବାଚନରେ ହିଂସା କରିବାକୁ ମାଓବାଦୀ ଉଦ୍ଦେଶ୍ୟ ରଖି ଏମାନେ ତେଲେଙ୍ଗାନାରୁ ମହାରାଷ୍ଟ୍ରକୁ ଆସୁଥିଲେ । ଏ ନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ପ୍ରାହିତା ନଦୀ ପାର କରୁଥିବା ସମୟରେ ପୋଲିସ ଗୁଳିରେ ୪ ମାଓବାଦୀ ନିହତ ହୋଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories