www.samajalive.in
Monday, December 8, 2025
17.1 C
Bhubaneswar

୧୯୭୧ଯୁଦ୍ଧ ସହ ଜଡ଼ିତ କିଛି ବିଶେଷ କଥା

ଭାରତ-ପାକ୍‍ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ଏକ ବିରାଟ ସୈନ୍ୟବାହିନୀକୁ ଆମ ଦେଶର କିଛି ସେନା ଧୂଳି ଚଟାଇଥିଲେ। ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ଭାରତୀୟ ସେନା ନିକଟରେ ମୁଣ୍ଡ ନୁଆଇଁ ପାକ୍‍ ସେନା ପରାଜୟ ସ୍ୱୀକାର କରିଥିଲା। ଯାହାଫଳରେ ପୂର୍ବ-ପାକିସ୍ତାନ ମୁକ୍ତ ହୋଇଥିଲା। ଯାହା ଆଜି ବଙ୍ଗଳାଦେଶ ନାମରେ ନାମିତ। ସେହିଦିନଠାରୁ ଡିସେମ୍ବର ମାସର ୧୬ତାରିଖକୁ ଭାରତରେ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି। ତେବେ ଚାଲନ୍ତୁ ଜାଣିବା ୧୯୭୧ମସିହାର ଏହି ଯୁଦ୍ଧ ସହ ଜଡ଼ିତ କିଛି ବିଶେଷ କଥା –

– ଏହି ଯୁଦ୍ଧରେ ଭାରତୀୟ ସେନା ନିକଟରେ ୯୩,୦୦୦ ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରିଥିଲେ।
– ଯୁଦ୍ଧ ସମୟରେ ୩,୯୦୦ ଭାରତୀୟ ଯବାନ ଶହୀଦ ହୋଇଥିଲେ ଓ ପ୍ରାୟ ୧୦,୦୦୦ ଯବାନ ଆହତ ହୋଇଥିଲେ।
– ଭାରତୀୟ ସୀମା ସୁରକ୍ଷା ବଳ ଓ ପୂର୍ବ-ପାକିସ୍ତାନ ତଥା ବର୍ତ୍ତମାନର ବଙ୍ଗଳାଦେଶର ମୁକ୍ତି ବାହିନୀ ଏହି ଯୁଦ୍ଧରେ ପାକିସ୍ତାନୀ ସୈନିକଙ୍କୁ ପରାଜୟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
– ମୁକ୍ତି ବାହିନୀ ପାକିସ୍ତାନୀ ସୈନିକଙ୍କ ଉପରେ ବହୁ ସ୍ଥାନରେ ଆକ୍ରମଣ କରି ଧରାପଡ଼ିବା ପରେ ସେମାନଙ୍କୁ ଭାରତୀୟ ସୈନିକଙ୍କୁ ହସ୍ତାନ୍ତର କରିଥିଲେ।
– ଭାରତ-ପାକ୍‍ ମଧ୍ୟରେ ଏହି ଯୁଦ୍ଧ ୧୯୭୧ ମସିହା ଡିସେମ୍ବର ୩ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିଲା।
– ଯୁଦ୍ଧର ପରିଣାମ ଥିଲା ଭାରତର ବିଜୟ ଓ ବଙ୍ଗଳାଦେଶର ନିର୍ମାଣ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories