www.samajalive.in
Thursday, December 11, 2025
15.1 C
Bhubaneswar

ବର୍ଷେ ଯାଏ ସ୍ମାର୍ଟଫୋନ୍‍ ବ୍ୟବହାର ନ କଲେ ମିଳିବ ୭୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆପଣ ବର୍ଷେ ଯାଏ ସ୍ମାର୍ଟଫୋନ୍‍ ଛାଡ଼ିବାକୁ ପ୍ରସ୍ତୁତ କି? ଯଦି ହଁ ତେବେ ଆପଣଙ୍କୁ ମିଳିବ ୧ ଲକ୍ଷ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପାଖାପାଖି ୭୨ ଲକ୍ଷ ଟଙ୍କାର ପୁରସ୍କାର। କୋକାକୋଲା ଗ୍ରୁପ୍‍ ଅଧୀନସ୍ଥ ଭିଟାମିନ୍‍ୱାଟର ନାମକ ସଂସ୍ଥା ପକ୍ଷରୁ ଏଥିପାଇଁ ଏକ ପ୍ରତିଯୋଗିତାର ଘୋଷଣା କରାଯାଇଛି। ସିଏନ୍‍ବିସି ରିପୋର୍ଟକୁ ଉଦ୍ଧାର କରି ଟାଇମ୍‍ସ ଅଫ୍‍ ଇଣ୍ଡିଆ ଏହି ଖବର ପ୍ରକାଶ କରିଛି।
ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଛି। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଟ୍ୱିଟର କିମ୍ବା ଇନଷ୍ଟାଗ୍ରାମ୍‍ ଯୋଗେ ‘ହାସ୍‍ଟାଗ୍‍ନୋଫୋନ୍‍ଫରଏଇୟର ଆଣ୍ଡ ହାସକଣ୍ଟେଷ୍ଟ’ (#nophoneforayear and #contest) ଲେଖି ପୋଷ୍ଟ କରିବାକୁ ପଡ଼ିବ। ଯାଞ୍ଚ ପରେ ଜାନୁଆରୀ ୨୨ ତାରିଖ ସୁଦ୍ଧା ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ପ୍ରତିଯୋଗୀମାନଙ୍କୁ କମ୍ପାନୀ ତରଫରୁ ୧୯୯୬ ଅମଳର ଏକ ମୋବାଇଲ୍‍ ଫୋନ ଯୋଗାଇ ଦିଆଯିବ, ଯାହା ଦ୍ୱାରା ସେମାନେ ଯୋଗାଯୋଗ ଓ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେବେ। ବର୍ଷେ ପରେ ପ୍ରତିଯୋଗୀମାନଙ୍କୁ ମିଛ ଧରା ଯନ୍ତ୍ର ଆଗରେ ପରୀକ୍ଷା ଦେବାକୁ ପଡ଼ିବ। ସେଥିରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ପୁରସ୍କାର ରାଶି ମିଳିବ।
ଏଭଳି ପ୍ରତିଯୋଗିତାର ଆୟୋଜନ ସମ୍ପର୍କରେ ଭିଟାମିିନ୍‍ୱାଟରର ବ୍ରାଣ୍ଡ ମ୍ୟାନେଜର ନାଟାଲିଆ ସୁଆରେଜ୍‍ କହିଛନ୍ତି ଯେ ସବୁଠାରୁ ବିରକ୍ତିକର କାମ ହେଉଛି ସ୍ମାର୍ଟ ଫୋନ୍‍ରେ ସ୍କ୍ରୋଲ୍‍ କରିବା। କିନ୍ତୁ ଏବେ ଏହା ଏକ ବାଧ୍ୟତାମୂଳକ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଏହି ଅଭ୍ୟାସରୁ ମୁକ୍ତ ହେବା ଲାଗି ଏକ ସୁଯୋଗ ସୃଷ୍ଟି କରାଯାଇଛି।
ସ୍ମାର୍ଟଫୋନ୍‍ ପରିତ୍ୟାଗ କରିବା ଦ୍ୱାରା ଯେଉଁମାନଙ୍କର ଚାକରି ଯିବାର ଭୟ ରହିଛି ସେମାନଙ୍କ ପାଇଁ କମ୍ପାନୀ ତରଫରୁ କୁହାଯାଇଛି ଯେ ପ୍ରତିଯୋଗୀମାନେ ସେହି ସମୟରେ ଲାପ୍‍ଟପ୍‍, ଡେକ୍ସଟପ୍‍ କିମ୍ବା ଗୁଗୁଲ୍‍ ହୋମ୍‍ ଓ ଆମାଜନ୍‍ ଆଲେକ୍ସା ଦ୍ୱାରା ପରିଚାଳିତ ସ୍ମାର୍ଟ ଉପକରଣ ବ୍ୟବହାର କରିପାରିବେ। ସ୍ମାର୍ଟଫୋନ୍‍ ବିନା ଚଳିବା ଅସମ୍ଭବ ବୋଲି ଯଦି ହୃଦବୋଧ ହଏ ତେବେ ପ୍ରତିଯୋଗୀମାନେ ଛଅ ମାସ ପରେ ପ୍ରତିଯୋଗିତାରୁ ଓହରି ପାରିବେ। ସେଭଳି କ୍ଷେତ୍ରରେ ପ୍ରତିଯୋଗୀଙ୍କୁ ମିଳିବ ୭.୨ ଲକ୍ଷ ଟଙ୍କା।

ଏହି ପ୍ରତିଯୋଗିତା ଏବେ କେବଳ କଲମ୍ବିଆର ୫୦ଟି ରାଜ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ସର୍ତ୍ତପତ୍ରରେ ଉଲ୍ଲେଖ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories