www.samajalive.in
Monday, December 8, 2025
24.1 C
Bhubaneswar

ରାସ୍ତାକୁ ଖୋଳି କାମ ଅଧାରୁ ଠିକାଦାର ଛୁ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁରଠାରୁ ସାହାରପଡା ପର୍ଯ୍ୟନ୍ତ ରାସ୍ତାର ପିଚୁ କରିବା ପାଇଁ ପୂର୍ତ୍ତବିଭାଗ ଦ୍ଵାରା ଟେଣ୍ଡର ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୮୨୫.୫୪ ଲକ୍ଷ ଟଙ୍କାର କାମକୁ ଏମଏସପି କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ନାମକ ଗଞ୍ଜାମ ଜିଲ୍ଲାର ଏକ ଠିକା ସଂସ୍ଥା କାମନେଇ କେନ୍ଦୁଝର ଜିଲ୍ଲାର ଅନ୍ୟ ଏକ ଆଞ୍ଚଳିକ ଠିକା ସଂସ୍ଥା ଦ୍ଵାରା କାମ କରାଉଥିଲା। ବହୁ ମନ୍ଥର ଗତିରେ କାମ କରି ଅଧାରୁ ରାସ୍ତାକୁ ଖୋଳି ଦେଇ ଉକ୍ତ ଠିକା ସଂସ୍ଥା ଏକ ବର୍ଷ ହେବ ଛୁ ହୋଇଯାଇଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ କାମକୁ ପୁନର୍ବାର ଟେଣ୍ଡର କରାଯିବ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ଟେଣ୍ଡର ହୋଇ ପାରୁ ନାହିଁ କି କାମ ହୋଇପାରୁନାହିଁ। ଫଳରେ ଉଦୟପୁର ସାନନାଳୀଠାରୁ ଉଦୟପୁର ପର୍ଯ୍ୟନ୍ତ ଖୋଳା ହୋଇଥିବା ୨ କିମି ରାସ୍ତାରେ ଯିବାଆସିବା ଅସମ୍ଭବ ହୋଇପଡୁଛି। ଧୁଳି ଉଡି ରାସ୍ତା ଦେଖା ଯାଉନାହିଁ। ଛୋଟ ଛୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ଅତିଶୀଘ୍ର ଉକ୍ତ ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories