www.samajalive.in
Monday, December 8, 2025
24.1 C
Bhubaneswar

ସ୍କୁଟିକୁ ଘର ଉପରେ ଚଢାଇଦେଲେ ଯୁବତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ସ୍କୁଟି ଚଲାଉଥିବା ୨ ଜଣ ଯୁବତୀଙ୍କ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହେବାର କାରଣ ସେମାନେ ରାସ୍ତାରେ ନୁହେଁ ବରଂ ଘରର ଛାତରେ ସ୍କୁଟି ସହିତ ନଜର ଆସୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

 

View this post on Instagram

 

A post shared by INFO BANDUNG KOTA (@infobandungkota)

- Advertisement -

ଭିଡିଓ ଦେଖି ମନରେ ପ୍ରଶ୍ନ ଆସୁଥିବ କି ସେମାନେ ଛାତ ଉପରେ କେମିତି ପହଞ୍ଚିଲେ । ତାଙ୍କୁ କିଛି ଲୋକ ଉଦ୍ଧାର କରିବା ପାଇଁ ମଧ୍ୟ ପହଞ୍ଚୁଛନ୍ତି । ତେବେ ପ୍ରକୃତ କଥା ହେଉଛି ୨ ଜଣ ଯୁବତୀ ଅଧିକ ସ୍ପିଡରେ ସ୍କୁଟି ଚଲାଉଥିଲେ । ଭାରସାମ୍ୟ ହରାଇବା ଯୋଗୁଁ ସ୍କୁଟିଟି ଏକ ଘର ଉପରକୁ ଉଠିଯାଇଥିଲା । ତେବେ ଏଥିରେ ଯୁବତୀ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏପରିକି ଦୁର୍ଘଟଣା ପରେ ଉଭୟ ହସୁଥିବା ନଜର ଆସୁଛି । କିନ୍ତୁ ଦୁଃଖର କଥା ହେଉଛି ସେହି ଘରର ବହୁତ କିଛି କ୍ଷତି ହୋଇଛି । କିନ୍ତୁ ସାମାଜିକ ଗଣମାଧ୍ୟମରେ ସମସ୍ତେ ଏହି ଯୁବତୀଙ୍କ ଗାଡି ଚଲାକୁ ନେଇ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । ସମସ୍ତେ କହୁଛନ୍ତି କି ‘ସେମାନେ ଠିକ୍ ଗାଡି ଚଳାଉଥିଲେ କିନ୍ତୁ ଘରଟି ଅଚାନକ ରାସ୍ତା ମଝିକୁ ଚାଲି ଆସିଥିଲା ।’

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories