ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ହାଣଦା ଗାଁର ୪ଟି ଘରେ କଳା କନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ଶିକ୍ଷକ ପବିତ୍ର ମୋହନ ଗିରି, ତାଙ୍କ ଘରେ ଭଡା ରହିଥିବା ଶିକ୍ଷକ ମନୋଜ କୁମାର ଦାସ ମହାପାତ୍ର, ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଏବଂ ସାମ୍ବାଦିକ ପ୍ରୀତିଶ କୁମାର ମହାନ୍ତ ଙ୍କ ଘରେ ଗତ ବୁଧବାର ରାତିରେ ଘର ପଛ ପଟୁ କବାଟ ଓ ଝରକା ଗ୍ରୀଲ ତାଡି ଚୋରମାନେ ପଶିଥିଲେ । ସମସ୍ତେ ଘରେ ଶୋଇଥିବା ଅବସ୍ଥାରେ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ପରେ ଖବର ପାଇ ବାଙ୍ଗିରିପଷି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଅଞ୍ଚଳରେ ରାତିରେ ପୁଲିସ ପେଟ୍ରୋଲିଂ ହେଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି ।
Popular Categories



