www.samajalive.in
Monday, December 8, 2025
20.1 C
Bhubaneswar

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ପାଟଣା : ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟାଧିଶ ସିଟି ରବି କୁମାର ଓ ରାଜେଶ ବିନ୍ଦଲଙ୍କ ଖଣ୍ଡ ପୀଠରେ ସେହି ରାୟ ଉପରେ ଶୁଣାଣି ହୋଇଥିଲା।
ଏହି ଶୁଣାଣିରେ ସର୍ବୋଚ୍ଚ ନ୍ୟାୟଳୟ ସମସ୍ତ ରାଜ୍ୟକୁ ଚ଼ାରି ସପ୍ତାହ ଭିତରେ ଅତିରିକ୍ତ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା କେତେ ଜଣ ସ୍ବତନ୍ତ୍ର ଶିକ୍ଷକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ବର୍ତ୍ତମାନ ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ୟ୍ୟ କରୁଛନ୍ତି । ତାଙ୍କର‌ ଚ଼ାକିରୀ ସର୍ତ୍ତାବଳୀର ଆଦିର ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ କହିଛନ୍ତି ନ୍ୟାୟାଳୟ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories