ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାୟବ ସିଂହ ସୈନୀ । ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂହଙ୍କ ନାମ ଘୋଷଣା କରାଯାଇଛି । ବିଧାୟକ ଦଳ ବୈଠକ ପରେ ନାୟବ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନାୟବ ସିଂହ ସୈନୀ ଆଜି ସନ୍ଧ୍ୟା ୫ଟାରେ ଶପଥ ଗ୍ରହଣ କରିବେ। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚଣ୍ଡିଗଡରେ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ କୁରୁକ୍ଷେତ୍ରର ସାଂସଦ ତଥା ବିଜେପି ସଭାପତି ନାୟବ ସିଂହ ସୈନୀଙ୍କ ନାମକୁ ସହମତି ଦିଆଯାଇଥିଲା ।
Popular Categories



