www.samajalive.in
Wednesday, December 10, 2025
26.1 C
Bhubaneswar

ପାରିଶ୍ରମିକ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆଶାକର୍ମୀ

ଆଠଗଡ : ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଥିବାରୁ ଆଠଗଡ ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଅବସରରେ ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ବାସନ୍ତୀ ରାଉଳଙ୍କ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ  ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବିଶେଷକରି କରୋନା ମହାମାରୀ ସମୟରେ ଆଶା କର୍ମୀମାନେ ଯେପରି ନିଜ ଜୀବନକୁ ବାଜି ଲଗାଇ ଆକ୍ରାନ୍ତଙ୍କ ସେବା କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ । ଏହାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି, ଯାହା ଦ୍ବାରା ରାଜ୍ୟର ହଜାର ହଜାର ଆଶାକର୍ମୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।

ଆଶାକର୍ମୀ ସଂଘ ସଭାନେତ୍ରୀ ରାଉଳଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତ, ଜିଲ୍ଲାପରିଷଦ ସଭ୍ୟ ଶାନ୍ତିଲତା ବେହେରା ଓ ବଳଭଦ୍ର ବାଘ, ନାରୀନେତ୍ରୀ ଜାନକୀଲତା ନାଏକ, ଲକ୍ଷ୍ମୀପ୍ରିୟା ବେହେରା ଓ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବରିଷ୍ଠ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ମହମଦ୍ ଅସଲମ୍ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇ ଆଶା କର୍ମୀମାନେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ଠିକ୍ ଭାବେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯାୟରେ ମନ୍ତ୍ରୀ ସ୍ୱାଇଁ ୨୯୫ଜଣ ସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରମିକ ନେତା ନିରାକାର ଲେଙ୍କା ଓ ଲଳିତେନ୍ଦୁ ସେନାପତି ସଂଯୋଜନା କରିଥିଲେ ।

- Advertisement -

 

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories