www.samajalive.in
Wednesday, December 10, 2025
26.1 C
Bhubaneswar

କୋରଙ୍ଗାରେ ଅବକାରୀ ଚଢାଉ: ୧୭୮୫ ଲିଟର ମଦ ଓ ୧୨୬୦୦ ଲିଟର ପୋଚ ଜବତ 

ଆଠଗଡ : ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଚୋରାମଦ କାରବାର ଉପରେ ଲଗାମ ଲଗାଇବାକୁ ରାଜ୍ୟବ୍ୟାପୀ ଚଢାଉ ଜାରି ରହିଛି । ଏହି କ୍ରମରେ ଚୋରାମଦ ପ୍ରସ୍ତୁତି ଓ ଚାଲାଣ ପାଇଁ କୁଖ୍ୟାତ ଆଠଗଡ, ଖୁଣ୍ଟୁଣୀ ଓ ତିଗିରିଆ ଥାନା ଅଞ୍ଚଳର ଏକାଧିକ ସ୍ଥାନରେ ଏବେ ନିୟମିତ ଚଢାଉ କରାଯାଉଛି । ରବିବାର କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଚାଲିଥିବା ଏକାଧିକ ମଦଭାଟି ଉପରେ ଏବଂ ନିକଟସ୍ଥ ଚାଷଜମି ଓ ବୁଦା ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଶହ ଶହ ପ୍ଲାଷ୍ଟିକ ଜାରକିନରେ ବିଭିନ୍ନ ଜାଗାରେ ଲୁଚାଇ ରଖାଯାଇଥିବା ମୋଟ ୧୭୮୫ ଲିଟର ସଦ୍ୟ ପ୍ରସ୍ତୁତ ମଦ ଏବଂ ୧୨୬୦୦ ଲିଟର ଗୁଡ ଓ ରାସାୟନିକ ରାଜା ସାରମିଶ୍ରିତ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏ ସମ୍ପର୍କର ୪ ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଉପଅଧିକ୍ଷକ ଅଭିରାମ ସାହୁ, ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ମାନସୀ ନାୟକ, ହିରା ଦଳପତି, ଉପନିରୀକ୍ଷକ ଅଜିତ କୁମାର ପାତ୍ର, ଅରୁଣ କୁମାର ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ ।

 

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories