www.samajalive.in
Monday, December 8, 2025
27.1 C
Bhubaneswar

ଉତ୍କଳରେ ‘ଭୂତତ୍ତ୍ବ ବିଜ୍ଞାନର ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଭୂତତ୍ତ୍ବ ବିଭାଗ  ଏବଂ ଭୂତତ୍ତ୍ବ ବିଭାଗ ପୁରାତନ ଛାତ୍ର ସଂଘର ମିଳିତ ଆନୁକୁଲ୍ୟରେ ‘ଭୂତତ୍ତ୍ବ ବିଜ୍ଞାନରେ ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।  ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଗାମୀ ଦିନରେ ଜାତୀୟ ଶିକ୍ଷାନୀତି ଅନୁସରଣ ସହ ଭୁତତ୍ତ୍ବ , ପ୍ରତ୍ନତତ୍ତ୍ଵ ଓ ନୃତତ୍ତ୍ୱ ବିଭାଗ ସମନ୍ବୟରେ ଦୀର୍ଘ ମିଆଦି  ଗବେଷଣା କରିବାକୁ ଆହ୍ବାନ ଦେଇଥିଲେ।

ପୁରାତନ ଛାତ୍ର ସଂଘର ସଭାପତି ଡ.ବିଏମ ଫାରୁକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲିକତା ବିଶ୍ଵବିଦ୍ୟାଳୟ ଭୂତତ୍ତ୍ବ ବିଭାଗ ପ୍ରଫେସର ଜ୍ୟୋତିରଞ୍ଜନ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ ଭୁତତ୍ତ୍ବ ବିଭାଗର ଖ୍ୟାତି ଓ ଭାରତୀୟ ଭୁବିଜ୍ଞାନ ପ୍ରତି ଏହାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ସ୍ବାଗତ ଭାଷଣ  ଦେଇଥିବାବେଳେ ସାଙ୍ଗଠନିକ ସମ୍ପାଦକ ଡ.କୀର୍ତ୍ତି ରଞ୍ଜନ ମଲ୍ଲିକ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ଗବେଷଣାତ୍ମକ ନିବନ୍ଧ ସମ୍ବଳିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

- Advertisement -

ଆଲୋଚନାଚକ୍ରରେ ଭାରତର ବିଭିନ୍ନ ବିଶ୍ଵବିଦ୍ୟାଳୟ ,ଗବେଷଣା ପ୍ରତିଷ୍ଠାନରୁ ୨୦୦ ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ, ଗବେଷକ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ର ଆୟୋଜନ ପାଇଁ ବିଶ୍ଵବିଦ୍ୟାଳୟ ର ୱାର୍ଲ୍ଡ ବ୍ୟାଙ୍କ୍ – ଓଏଚଇପିଇଇ ଏବଂ ଓଡ଼ିଶା ଖଣି ନିଗମ (ଓଏମସି) ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ସୁରେନ୍ ନାୟକ ଧନ୍ୟବାଦ  ଦେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories