www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍କଳରେ ‘ଭୂତତ୍ତ୍ବ ବିଜ୍ଞାନର ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଭୂତତ୍ତ୍ବ ବିଭାଗ  ଏବଂ ଭୂତତ୍ତ୍ବ ବିଭାଗ ପୁରାତନ ଛାତ୍ର ସଂଘର ମିଳିତ ଆନୁକୁଲ୍ୟରେ ‘ଭୂତତ୍ତ୍ବ ବିଜ୍ଞାନରେ ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।  ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଗାମୀ ଦିନରେ ଜାତୀୟ ଶିକ୍ଷାନୀତି ଅନୁସରଣ ସହ ଭୁତତ୍ତ୍ବ , ପ୍ରତ୍ନତତ୍ତ୍ଵ ଓ ନୃତତ୍ତ୍ୱ ବିଭାଗ ସମନ୍ବୟରେ ଦୀର୍ଘ ମିଆଦି  ଗବେଷଣା କରିବାକୁ ଆହ୍ବାନ ଦେଇଥିଲେ।

ପୁରାତନ ଛାତ୍ର ସଂଘର ସଭାପତି ଡ.ବିଏମ ଫାରୁକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲିକତା ବିଶ୍ଵବିଦ୍ୟାଳୟ ଭୂତତ୍ତ୍ବ ବିଭାଗ ପ୍ରଫେସର ଜ୍ୟୋତିରଞ୍ଜନ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ ଭୁତତ୍ତ୍ବ ବିଭାଗର ଖ୍ୟାତି ଓ ଭାରତୀୟ ଭୁବିଜ୍ଞାନ ପ୍ରତି ଏହାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ସ୍ବାଗତ ଭାଷଣ  ଦେଇଥିବାବେଳେ ସାଙ୍ଗଠନିକ ସମ୍ପାଦକ ଡ.କୀର୍ତ୍ତି ରଞ୍ଜନ ମଲ୍ଲିକ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ଗବେଷଣାତ୍ମକ ନିବନ୍ଧ ସମ୍ବଳିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

- Advertisement -

ଆଲୋଚନାଚକ୍ରରେ ଭାରତର ବିଭିନ୍ନ ବିଶ୍ଵବିଦ୍ୟାଳୟ ,ଗବେଷଣା ପ୍ରତିଷ୍ଠାନରୁ ୨୦୦ ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ, ଗବେଷକ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ର ଆୟୋଜନ ପାଇଁ ବିଶ୍ଵବିଦ୍ୟାଳୟ ର ୱାର୍ଲ୍ଡ ବ୍ୟାଙ୍କ୍ – ଓଏଚଇପିଇଇ ଏବଂ ଓଡ଼ିଶା ଖଣି ନିଗମ (ଓଏମସି) ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ସୁରେନ୍ ନାୟକ ଧନ୍ୟବାଦ  ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories