www.samajalive.in
Wednesday, December 10, 2025
26.1 C
Bhubaneswar

ଆଶାକର୍ମୀଙ୍କ ସଂପ୍ରସାରିତ ସ୍ୱାସ୍ଥ୍ୟ ସେବା ତାଲିମ ଶିବିର ଉଦଯାପିତ

କଲମପୁର :  କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ସଭାଗୃହରେ ଚାଲିଥିବା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଆଶାକର୍ମୀଙ୍କ ସଂପ୍ରସାରିତ ସ୍ୱାସ୍ଥ୍ୟ ସେବାନେଇ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଆଶାକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା। ଗାଁରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଦେଖା ଦେଉଥିବା ବିଭିନ୍ନ ରୋଗ, ତା’ର କିଭଳି ଚିହ୍ନଟ କରାଯାଇପାରିବ ଏବଂ ସେବା ପ୍ରଦାନ ସକାଶେ ଆଶାକର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ନାଶା, କର୍ଣ୍ଣ, ଗଳାର ଯତ୍ନ ଚକ୍ଷୁ, ମୁଖ ଗହ୍ୱର, ବୃଦ୍ଧ ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ, ମାନସିକ, ସ୍ନାୟୁବିକ, ନିଷିଧ ମାଦକ ଦ୍ରବ୍ୟର ସେବନ ଜନିତ ବିକୃତିର ଯତ୍ନ, ଅଣ ସଂକ୍ରମିତ ରୋଗର ଲକ୍ଷଣ ଏବଂ ତା’ର ଚିକିତ୍ସା ବିଷୟରେ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ତାଲିମ ଶିବିରରେ ଶୁଭଶ୍ରୀ ନାୟକ, ବିଷ୍ଣୁ ପ୍ରିୟା ନାଏକ, ବେବୀ ଛତ୍ରିଆ, ଲିଲି ନାଗ, ପଦ୍ମାବତୀ ନାଗ ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଲିମ ପ୍ରଦାନ କରିଥିଲେ। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ଏବଂ ବିପିଏମ ପ୍ରଶାନ୍ତ କୁମାର ପାଢୀ ଏହି ତାଲିମ ଶିବିର ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories