www.samajalive.in
Wednesday, December 10, 2025
26.1 C
Bhubaneswar

ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଲିଭ ରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଗଞ୍ଜାମ : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣସମୁଦ୍ର ବେଳାଭୂମି  ବଟେଶ୍ୱର ମନ୍ଦିର ନିକଟରେ ରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଯେୟୁର ଗଞ୍ଜାମ ଜିଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସମ୍ବାଦିକ ମାନେ ପ୍ରଥମେ ବେଳାଭୂମି ସଫେଇ କରିଥିଲେ। ଆଗାମୀ ଦିନରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ନେଇ ଏକ ଜନ ସଚେତନାତା ସଭା ଅନୁଷ୍ଠିତ ହୋଇଥିଲା।ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଲିଭ ରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମତ ପ୍ରକାଶ ପାଇଥିଲା । ବିରଳ ସାମୁଦ୍ରିକ  କଇଁଚ ସୁରକ୍ଷା କୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଡି ଏଫ ଓ ଶନି ଖୋଖର, ଏସ ଇ ଏଫ ଦିବ୍ୟ ଶଙ୍କର ବେହେରା, ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ, ରମ୍ଭା ଫରେଷ୍ଟର ରତ୍ନାକର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସମ୍ବାଦିକ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ।
ଓଜେୟୁ ଜିଲା ସମ୍ପାଦକ ଶିବ ପ୍ରସାଦ ସାହୁ, ରାଜ୍ୟ ସବ କମିଟି ମହିଳା ଆବାହିକା, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ପ୍ରମୁଖ ସାମୁଦ୍ରିକ କଇଁଚ ସୁରକ୍ଷା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପ୍ରେସକ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ଉପ ସଭାପତି ପ୍ରଶାନ୍ତ କୁମାର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରସନ୍ନ କୁମାର ଦାଶ,ଭଗବାନ ଦାଶ,ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହି,ସରୋଜ କୁମାର ପଟନାୟକ,ପ୍ରଦୀପ କୁମାର ସାହୁ ପ୍ରମୁଖ ଓ ଜେ ୟୁ ଜିଲ୍ଲା କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଙ୍କ ସହ ବନ କର୍ମଚାରୀ ଉପସ୍ଥିତ ରହି ବେଳାଭୂମି ସଫେଇ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories