www.samajalive.in
Thursday, December 11, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ହାଟ ଠାରେ ଶନିବାର ଭୋର ସମୟରେ ବୁଲେଟ ସହ ପିକପ ଧକ୍କାରେ ଜଣଙ୍କ ଜୀବନ ଯାଇଛ। ଅନ୍ୟ ଜଣ ଗୁରୁତ୍ୱର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମର ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଚମାଖଣ୍ଡି ଥାନା ଅଧିନସ୍ଥ ଟାଙ୍ଗଣାପୁଲୀ ଗ୍ରାମର ରାଜେନ୍ଦ୍ର ଓ ସୁମନ ଏକ ବୁଲେଟରେ ମହାଶିବ ରାତ୍ରି ପାଇଁ  ବିଭିନ୍ନ ଶୈବ ପୀଠ ଦର୍ଶନ ପାଇଁ ଉଭୟ ଗତକାଲି ରାତିରେ ଗ୍ରାମରୁ ବାହାରିଥିଲେ।
ମନ୍ଦିର ଦର୍ଶନ ସାରି ରାଜେନ୍ଦ୍ର ଓ ସୁମନ ଗ୍ରାମକୁ ଫେରୁଥିବା ବେଳେ  ଭୋର ସମୟରେ  ୧୬ ନଂ ନ ଜାତୀୟ ରାଜପଥ କନିସି ହାଟ ନିକଟରେ ଏକ ପିକଅପ ସହ ସେମାନଙ୍କ ବୁଲେଟ  ଧକ୍କା ହୋଇଥିଲା । ଯାହା ଫଳରେ ଉଭୟେ ରାସ୍ତା ଉପରେ ଛିଟିକି ହୋଇ ପଡିଯାଇଥିଲେ । ଘଟଣା ସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା  ବେଳେ ସୁମନ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକ ଓ  ପୁଲିସ ଉଦ୍ଧାର କରି ସୁମନକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତିକରିଥିଲେ। ପୋଲିସ ରାଜେନ୍ଦ୍ର ମୃତ୍ୟୁ ଦେହ କୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ପଠେଇଥିଲେ।  ଦୁର୍ଘଟଣା ଘଟେଇ ଥିବା ବୁଲେଟ ଓ ପିକଅପ କୁ ପୋଲିସ ଜବତ କରିଛି।
ମୃତ୍ୟୁ ରାଜେନ୍ଦ୍ର ବାପା ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଥାନା କେଶ ନ ୧୦୧/୨୪ ପ୍ରକାରେ ପୁଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ରାଜେନ୍ଦ୍ର ମୃତ୍ୟୁଦେହ କୁ ବ୍ୟବଛେଦ ପରେ ସନ୍ଧ୍ୟା ପୁଲିସ ହସ୍ତାନ୍ତର କରିଥିବା ଜଣାପଡିଛ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories