www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀଲିଙ୍ଗରାଜଙ୍କ ଉଠିଲା ମହାଦୀପ, ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶୁକ୍ରମାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି।  ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୀଠର ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ମନ୍ଦିରବେଢ଼ା ନୀତି ଆରମ୍ଭ ହୋଇଥିଲା। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ମହାଦୀପକୁ ସେବାୟତମାନଙ୍କ ପକ୍ଷରୁ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ବେଢ଼ା ସହିତ ପାରମ୍ପରିକ ରୀତିନୀତି ସମ୍ପନ୍ନ ହେବା ପରେ ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା।  ଶ୍ରୀଲିଙ୍ଗରାଜ ମନ୍ଦିରରେ ବେଢ଼ା ପରିକ୍ରମା କରାଇବା ପରେ ସେବାୟତ ମହାଦୀପ ଉଠାଇଥିଲେ। ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଥିଲା।

- Advertisement -

ଆଜି ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ। ଏହି ଅବସରରେ ପାଳିତ ହୋଇଛି ମହାଶିବରାତ୍ରୀ ଏବଂ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା।  ମହାପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର  ଓ ପାଳିଛନ୍ତି ମହାଶିବରାତ୍ରୀ। ମନୋକାମନା ପୂର୍ଣ୍ଣ ଲାଗି ଭକ୍ତିଭାବନାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ଏକାମ୍ର କ୍ଷେତ୍ରରେ।

ରାଜ୍ୟର ସବୁ ଶୈବପୀଠରେ ମହାଶିବରାତ୍ରୀ ପାଳନ ହେଉଛି । କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନରେ ସ୍ବତନ୍ତ୍ରତା ରହିଛି। ରାତି ଉଜାଗର ରହି ମନ୍ଦିର ପରିସରରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ। ଆଜି ପାରମ୍ପରିକ ରୀତିନୀତିରେ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦ଟା ୧୫ ମିନିଟ ସମୟରେ ମହାଦୀପ ଉଠିଛି। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି। ଧାର୍ଯ୍ୟ ସମୟର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ହର ହର ମହାଦେବ ଧ୍ୱନିରେ କମ୍ପିଥିଲା ଲିଙ୍ଗରାଜ ମନ୍ଦିର ପରିସର । ଯଦିଓ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା,  ତେବେ ରାତି ୧୦ଟାରୁ ମନ୍ଦିର ବେଢ଼ା ପରିକ୍ରମା ରୀତିନୀତି ସମ୍ପନ୍ନ କରାଯାଇଥିଲା ଏବଂ ରାତି ୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା।

ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରାତି ୧୦ଟା ୧୫ ମିନିଟରେ ମହାଦୀପ ଉଠିଥିଲା। ଏହାପରେ ସାହାଣମେଲା ଦର୍ଶନ, ଚାରି ପ୍ରହର ପୂଜା ରାତ୍ର, ହରିହର ଭେଟ ଆଦି ରୀତିନୀତି ସମ୍ପନ୍ନ ହେବ। ଭୋର୍ ୪.୩୦ରୁ ସକାଳ ୫.୧୫ ପର୍ଯ୍ୟନ୍ତ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories