ପାଟଣା : ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଆଜି (ଗୁରୁବାର) ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅନ୍ତର୍ଗତ କଟୁପଡା ଗାଁ ଭିତରକୁ ଏକ ହରିଣ ଖାଦ୍ୟ ଅନ୍ବେଷଣରେ ପଶିଆସି ଜଣେ ବ୍ୟକ୍ତି ଙ୍କ ଘର ଭିତରେ ପଶି ଯାଇଥିଲା। ହରିଣ ଟିକୁ କୁକୁର ଗୋଡ଼ାଇବାରୁ ହରିଣ ଟି ହାଲିହା ହୋଇ ଗାଁର ବାସୁ ନାଏକ ଙ୍କ ଘର ଭିତରକୁ ପଶି ଯାଇଥିଲା। ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀ ଓ ଅନ୍ୟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ହରିଣଟିକୁ ନିକଟସ୍ଥ ଜଙ୍ଗଲରେ ଛାଡିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦେଇଛି।
Popular Categories



