ବାଘ ହରିଣ ଛୁଆକୁ କାହିଁକି କଲା ନାହିଁ ଶିକାର? ଦେଖନ୍ତୁ ଭିଡିଓ..
ନୂଆଦିଲ୍ଲୀ : ବାଘ ଭଳି ଶିକାରୀ ଠାରୁ ବଞ୍ଚିବା କୌଣସି ଚମତ୍କାରରୁ କମ୍ ନୁହେଁ। ଯେ କେହି ସାମ୍ନାରେ ବାଘକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା। ସୋସିଆଲ ମିଡିଆରେ ଅନେକ ସମୟରେ ବାଘ ଶିକାର କରୁଥିବା ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଲୋକେ ଜୀବଜନ୍ତୁ ସହ ଜଡିତ ଏଭଳି ଭିଡିଓ ଦେଖିବାକୁ ବେଶ ପସନ୍ଦ ମଧ୍ୟ କରିଥାଆନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
What a moment captured in wild from dhikala zone in Corbett TR! Tigress carries a live cheetal fawn to her 3 months old hungry cubs to train them how to make the final kill.This is raw nature at best.@byadavbjp @ReserveCorbett @moefcc @ntca_india @rameshpandeyifs@NGTIndia pic.twitter.com/nd8EJcEwxv
— Sanjay Kumar IAS (@skumarias02) March 4, 2024
ଜଣେ ଆଇଏଏସ ଅଧିକାରୀ ଏକ୍ସରେ ଜଙ୍ଗଲର ଏକ ଅଦ୍ଭୁତ ଦୃଶ୍ୟ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ, ବାଘ ଗୋଟିଏ ହରିଣର ଛୁଆକୁ ନିଜ ପାଟିରେ ସାବଧାନତାର ସହ ନେଇ ବୁଲୁଛି। ସାଧାରଣତଃ ବାଘ ନିଜର ଶିକାର ପାଇବା ପରେ ଏହାକୁ ମାରିବା ପରେ ନେଇକି ପଳାଇଥାଏ। ମାତ୍ର ବାଘ ହରିଣ ଛୁଆକୁ ଜୀଅନ୍ତା ଅବସ୍ଥାରେ ପାଟିରେ ବଡ ସାବଧାନତାର ସହ ନେଇକରି ଯାଉଛି।
ଜଣାପଡିଛି ବାଘ ନିଜ ଛୁଆଙ୍କୁ ଶିକାର କରିବା ଶିଖାଇବା ପାଇଁ ହରିଣ ଛୁଆକୁ ଜୀଅନ୍ତା ସାଙ୍ଗରେ ନେଇ ଯାଉଛି। ଲୋକେ ଭିଡିଓକୁ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।
Comments are closed.