ନୂଆଦିଲ୍ଲୀ: ବିବାହ ଋତୁ ମଧ୍ୟରେ ସୁନା ଦର ରେକର୍ଡ଼ ସ୍ତରରେ ପହଞ୍ଚିଛି। ୬୫ ହଜାର ପାର ହୋଇଛି ସୁନା ଦର। ଜାତୀୟ ରାଜଧାନୀର ଗହଣା ବଜାରରେ ମଙ୍ଗଳବାର ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇଛି। ଏଥିସହ ସୁନା ୧୦ ଗ୍ରାମ ପିଛା ୬୫୧୪୦ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ୯୦୦ ଟଙ୍କା ବଢି କିଲୋ ପିଛା ୭୪,୯୦୦ ଟଙ୍କାରେ ପହଞ୍ଚିଛି।
୭୨୦୦୦ ଛୁଇଁପାରେ ସୁନା:
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ ଯୋଗୁ ସୁନା କ୍ରୟ ବୃଦ୍ଧି ପାଇବ। ଏଥିସହ ବିଶ୍ୱ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଏବଂ ଅନ୍ୟାନ୍ୟ ଜଟିଳ ଆହ୍ୱାନ ଯୋଗୁଁ ସୁନାର ଚାହିଦା ବଢିପାରେ। ଏହି କାରଣରୁ ସୁନାର ମୂଲ୍ୟ ବୃଦ୍ଧି ପାଇବ ଏବଂ ଏହା ୭୨୦୦୦ ଟଙ୍କା ଛୁଇଁପାରେ।



