www.samajalive.in
Monday, December 8, 2025
17.1 C
Bhubaneswar

ଏକାଠି ୧୦୦ତମ ଟେଷ୍ଟ ଖେଳିବେ ଅଶ୍ବିନ-ବେୟାରଷ୍ଟୋ

ଧର୍ମଶାଳା:  କ୍ରିକେଟ୍‌ ଇତିହାସରେ ଏହା ୪ର୍ଥ ଥର ଘଟିବାକୁ ଯାଉଛି ଯେ ୨ ଜଣ କ୍ରିକେଟର ସେମାନଙ୍କ ୧୦୦ତମ ଟେଷ୍ଟମ୍ୟାଚ ଖେଳିବାକୁ ଯାଉଛନ୍ତି। ଏଦୁହେଁ ହେଲେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ ଜନି ବେୟାରଷ୍ଟୋ ଓ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ। ଭାରତ-ଇଂଲଣ୍ଡ ୫ମ ଟେଷ୍ଟମ୍ୟାଚ୍‌ ଉଭୟ ବେୟାରଷ୍ଟୋ ଓ ଅଶ୍ବିନଙ୍କ ୧୦୦ତମ ଟେଷ୍ଟମ୍ୟାଚ୍‌ ହେବ। ୨୦୦୦ ମସିହାରେ ଏହା ପ୍ରଥମଥର ଘଟିଥିଲା। ଇଂଲଣ୍ଡର ମାଇକେଲ ଆଥର୍ଟନ ଓ ଆଲେକ୍‌ ଷ୍ଟିୱାର୍ଟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୦୦ତମ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ୨୦୦୬ରେ ସେଞ୍ଚୁରିଅନ୍‌ରେ ୩ ଜଣ ଏକାଠି ୧୦୦ତମ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ସ କାଲିସ୍ ଓ ସନ୍ ପୋଲକ୍ ଏବଂ ନ୍ୟୁଜିଲାଣ୍ଡର ଷ୍ଟିଭେନ୍ ଫ୍ଲେମିଂ। ୨୦୧୩ ପର୍ଥ ଟେଷ୍ଟରେ ଇଂଲଣ୍ଡର ଆଲ୍‌ଷ୍ଟାୟାର କୁକ୍ ଓ ମାଇକେଲ କ୍ଲାର୍କ ୧୦୦ତମ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ଅଶ୍ବିନ-ବେୟାରଷ୍ଟୋ ୪ର୍ଥ ଯୋଡ଼ି ହେବାକୁ ଯାଉଛନ୍ତି। ତେବେ ଦିନକ ପରେ ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମ୍‌ସନ ଓ ଟିମ୍ ସାଉଦି ସେମାନଙ୍କ ୧୦୦ତମ ଟେଷ୍ଟମ୍ୟାଚ୍‌ ଖେଳିବେ। ବେୟାରଷ୍ଟୋ ୨୦୧୨ରେ ଲର୍ଡସରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ୧୨ ବର୍ଷ ମଧ୍ୟରେ ବେୟାରଷ୍ଟୋ ୯୯ଟି ଟେଷ୍ଟ ଖେଳି ୧୭୬ଟି ଇନିଂସରୁ ୧୨ଟି ଶତକ ଓ ୨୬ଟି ଅର୍ଦ୍ଧଶତକ ସହ ୩୬.୪୨ ଆଭ୍‌ରେଜରେ ୫୯୭୪ ରନ୍‌ କରିଛନ୍ତି। ୩୭ ବର୍ଷ ବୟସ୍କ ଅଶ୍ବିନ ୯୯ ଟେଷ୍ଟରୁ ୫୦୭ ୱିକେଟ ନେଇଥିବା ବେଳେ ୫ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ୩୩୦୯ ରନ୍‌ ସ୍କୋର୍‌ କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories