www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖର୍ଚ୍ଚ ହୋଇଥିବା ଟଙ୍କା ପାଇଁ ଏସଏଚଜି ମହିଳା ବିଡିଓଙ୍କ ଦ୍ୱାରସ୍ଥ

ଧାମରା: ଗତ କରୋନା ମହାମାରୀ ସମୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଖର୍ଚ୍ଚ କରିଥିବା ଅର୍ଥ ପାଇବା ପାଇଁ ମହିଳାମାନେ ଚାନ୍ଦବାଲି ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି, ଗତ ମହାମାରୀ ସମୟରେ କରଣପଲ୍ଲୀ ପଂଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ମହାମାରୀ ପୀଡିତମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ ଚାନ୍ଦବାଲି ବ୍ଲକ ପ୍ରଶାସନ କରଣପଲ୍ଲୀର ମା’କନକ ସୁନ୍ଦରୀ ସ୍ୱୟଂ ସହାୟିକ ଗୋଷ୍ଠୀକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପାଇବା ପରେ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଗୋଷ୍ଠୀରେ ଜମା ଥିବା ଅର୍ଥକୁ ଖର୍ଚ୍ଚ କରି କାରୋନା ମହାମାରୀ ସମୟରେ ରାଜ୍ୟ ବାହାରୁ ଏବଂ ନିଜ ଅଂଚଳରେ ଏହି ମହାମାରୀରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ନିଜ ଜୀବନକୁ ପାଣି ଛଡାଇ ରୋଷେଇ କରି ଖାଇବାକୁ ଦେଇଥିଲେ। ଚାନ୍ଦବାଲି ବ୍ଲକ ପ୍ରଶାସନ ସେମାନଙ୍କୁ ନିର୍ଦେଶ ଦେବା ସହ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ମିଳିଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆଜି ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ଟଙ୍କା ଗଣ୍ଡାକ ପାଇ ପାରି ନାହାନ୍ତି। ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ୧୭ ମେ ୨୦୨୦ ମସିହାରୁ ୧ଜୁନ ପର୍ଯ୍ୟନ୍ତ ସେମାନଙ୍କ ଅଞ୍ଚଳରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତମାନଙ୍କୁ ରୋଷେଇ କରି ଖାଇବାକୁ ଦେଇଥିଲେ। ଏହି ବାବଦରେ ୧ଲକ୍ଷ ୪୦ହଜାର ଟଙ୍କାର ବିଲ୍ ସେମାନେ ଚାନ୍ଦବାଲି ବିଡିଓଙ୍କ ପାଖରେ ଦାଖଲ କରିଥିଲେ। ସେହି ସମୟରେ ବ୍ଲକ ପ୍ରଶାସନ ୬୦ହଜାର ଟଙ୍କା ସେମାନଙ୍କୁ ଦେଇଥିବା ବେଳେ ବକେୟା ୮୦ହଜାର ଟଙ୍କା ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି। ଏ ବାବଦରେ ସେମାନେ ଚାନ୍ଦବାଲି ବିଡିଓଙ୍କୁ ଦେଖାକରି ସେମାନଙ୍କର ପ୍ରାପ୍ୟ ବାବଦରେ ବହୁବାର ଅନୁନୟ ବିନୟ ହୋଇ ସାରିବା ପରେ ମଧ୍ୟ ଫଳ ଶୂନ। ଏହି ପ୍ରାପ୍ୟ ପାଇବା ପାଇଁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ନିଜର ପ୍ରାପ୍ୟ ପାଇବା ପାଇଁ ଦାବି କରିବା ସହ ତୁରନ୍ତ ଭଦ୍ରକ ଜିଲାପାଳ ଏଥିପ୍ରତି ନଜର ଦେବାକୁ ସେମାନେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କନକ କଳା, ନମିତା କଳା, ସ୍ନେହଲତା କଳାଙ୍କ ସମେତ ମା’କନକ ସୁନ୍ଦରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଏବଂ ଅଂଚଳର ଯୁବ ଗୋଷ୍ଠୀ ଏଥିରେ ଉପସ୍ଥିତ ରହିବା ସହ କିପରି ବ୍ଲକ ପ୍ରଶାସନ ତୁରନ୍ତ ଏହି ଗୋଷ୍ଠୀକୁ ସେମାନଙ୍କର ପ୍ରାପ୍ୟ ଦେବ ସେଥିପ୍ରତି ଦାବି ରଖିଥିଲେ। ଏ ବାବଦରେ ଚାନ୍ଦବାଲି ବିଡିଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା।

 

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories