www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ପୁଣି ଶେହବାଜ୍ ସରକାର: ଅପରାହ୍ନ ୩ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ

ଇସଲାମାବାଦ:  ପିଏମଏଲ-ଏନ୍‌ ନେତା ଶେହବାଜ ସରିଫ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ନ୍ୟାସନାଲ ଆସେମ୍ବଲିରେ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ଶେହବାଜ ସବାଧିକ ୨୦୧ ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଓମାର ଆୟୁବ (ସୁନ୍ନି ଏତିହାଦ୍‌ କାଉନସିଲ)ଙ୍କୁ ୯୩ ଭୋଟ ମିଳିଛି। ୭୨ ବର୍ଷୀୟ ଶେହବାଜ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ଆଜି (ସୋମବାର) ଅପରାହ୍ନ ୩ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିିତ ହେବ। ୨୦୨୨ ଏପ୍ରିଲରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ (ପିଟିଆଇ: ପାକିସ୍ତାନ ତେହେରିକ୍‌-ଇ-ଇନସାଫ୍‌) ଅନାସ୍ଥା ପ୍ରସ୍ତାବ ଯୋଗୁଁ ଗାଦିଚ୍ୟୁତ ହେବାପରେ ଶେହବାଜ ୨୦୨୩ ଅଗଷ୍ଟ ୧୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାପରେ ଗୃହକୁ ସମ୍ବୋଧିତ କରିବା ଅବସରରେ ଶେହବାଜ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଜାମ୍ମୁ-କାଶ୍ମୀର ଓ ପାଲେଷ୍ଟାଇନବାସୀଙ୍କ ସ୍ବାଧିନତା ପାଇଁ ଗୃହରେ ଏକ ପ୍ରସ୍ତାବ ଅନୁମୋଦନ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ନ୍ୟାସନାଲ ଆସେମ୍ବଲିରେ ୨୬୫ ଆସନ ପାଇଁ ଫେବୃଆରୀ ୮ରେ ଭୋଟଗ୍ରହଣ କରାଯାଇଥିଲା। ନୱାଜ ସରିଫ୍‌ଙ୍କ ପିଏମଏଲ-ଏନ୍‌, ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପିପିପି ମୁଖ୍ୟ ଦଳଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ନିର୍ବାଚନ କମିସନଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିବାରୁ ଇମ୍ରାନଙ୍କ ପିଟିଆଇ ଦଳ ନିର୍ବାଚନ ଲଢିପାରିନଥିଲା। ଫଳରେ ଅଧିକାଂଶ ପିଟିଆଇ ପ୍ରାର୍ଥୀ ସ୍ବାଧୀନଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ବିଳମ୍ବରେ ପ୍ରକାଶିତ ଫଳାଫଳ ଅନୁଯାୟୀ ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ସର୍ବାଧିକ ୯୩ ଆସନରେ ବିଜୟୀ ହୋଇଥିବାବେଳେ ପିଏମଏଲ-ଏନ୍‌କୁ ୭୫ ଏବଂ ପିପିପିକୁ ୫୪ଟି ଆସନ ମିଳିଥିଲା। ସରକାର ଗଠନ ନିମନ୍ତେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ। ପରବର୍ତ୍ତୀ ସମୟରେ ପିଏମଏଲ-ଏନ୍‌ ଓ ପିପିପି ମଧ୍ୟ ବୁଝାମଣା ହୋଇଥିଲା। ତଦନୁଯାୟୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଶେହବାଜଙ୍କ ନାମକୁ ସ୍ବୀକୃତି ମିଳିଥିଲା। ଅପରପକ୍ଷରେ ବିଲାୱାଲଙ୍କ ପିତା ଆସିଫ ଅଲ୍ଲୀ ଜର୍ଦ୍ଦାରୀ ରାଷ୍ଟ୍ରପତି ପଦରେ ଗାଦିସୀନ ହେବେ ବୋଲି ଜଣାପଡିଛି। ପିଏମଏଲ-ଏନ୍‌ ଓ ପିପିପି ମଧ୍ୟରେ ହୋଇଥିବା ବୁଝାମଣାରେ ପାକିସ୍ତାନୀ ସେନାର ସମର୍ଥନ ରହିଥିବା କୁହାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories