ମୟୂରଭଞ୍ଜ: ଖାଦ୍ୟ ଅନ୍ବେଶଣ ପାଇଁ ହିଂସ୍ର ଜନ୍ତୁମାନେ ଏବେ ଜଙ୍ଗଲଛାଡି ସହର ମୁହାଁ ହେଉଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଖୁଣ୍ଟା ବଜାରରେ । ରାତି ହେଲେ ବଜାରରେ ଭାଲୁ ବୁଲୁଛି। ଯାହା ଭିଡିଓ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି। ଯାହାକୁ ନେଇ ଲୋକ ଆତଙ୍କିତ ହୋଇପଡିଛନ୍ତି। ଭାଲୁଟି ଲୋକଙ୍କ ଘର ସାମ୍ନାରେ ବୁଲି ବୁଲି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି। ଭାଲୁଟିର ବୟସ ବେଶୀ ହୋଇ ନ ଥିବା ବେଳେ ୧ ବର୍ଷ ରୁ ଦେଢ଼ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି। ବନ ବିଭାଗ ଭାଲୁ କୁ ଖୋଜୁଥିଲେ ସୁଦ୍ଧା ତାହାର ପତ୍ତା ପାଉ ନାହିଁ। ଭାଲୁଟି ନିକଟ କୁମ୍ଭିରା ହିଡିରୁ ଆସିଥିବାବେଳେ ବନ ବିଭାଗ ଭାଲୁର ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି।
Popular Categories



