www.samajalive.in
Thursday, December 11, 2025
16.1 C
Bhubaneswar

ଜେନେଭା ମୋଟର ଶୋ’ରେ ସାମ୍ନାକୁ ଆସିଲା ଏମଜି୩ ଝଲକ୍‌, ୮ ସେକେଣ୍ଡରେ ୧୦୦ କିମିରେ ପହଞ୍ଚିବ ବେଗ

ଡେସ୍କ: ଅଗ୍ରଣୀ କାର୍ ନିର୍ମାଣକାରୀ କମ୍ପାନୀ ଏମଜି ମୋଟର ଜେନେଭା ମୋଟର ଶୋ’ରେ ଏହାର ନୂଆ ହ୍ୟାଚବ୍ୟାକ୍ ଏମଜି୩ କାର୍‌ ସାମ୍ନାକୁ ଆଣିଛି। ସର୍ବପ୍ରଥମେ ଏହି କାରକୁ ୟୁରୋପୀୟ ବଜାରକୁ ଅଣାଯିବ। ଏହାପରେ ବିଶ୍ୱର ଅନ୍ୟ ଦେଶମାନଙ୍କରେ ଏହି କାର୍‌କୁ ଲଞ୍ଚ୍‌ କରାଯିବ। ଏମଜି ମୋଟରର ଏହି ମଡେଲର ବିଶେଷତ୍ୱ ​​ହେଉଛି ମାତ୍ର ୮ ସେକେଣ୍ଡରେ ଏହାର ଘଣ୍ଟା ପ୍ରତି ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଏମଜି୩ ହ୍ୟାଚବ୍ୟାକ୍‌ର ପ୍ରକାର:

- Advertisement -

ଏମଜି ମୋଟର ଉଭୟ ପେଟ୍ରୋଲ ଓ ହାଇବ୍ରିଡ୍‌ ଭାରିଏଣ୍ଟରେ ଏମଜି୩ ହ୍ୟାଚ୍‌ବ୍ୟାକ୍‌କୁ ଲଞ୍ଚ୍‌ କରିବ। ଏମଜି୩ର ଦ୍ୱିତୀୟ ପୀଢି କାର୍ ଏହାର ବ୍ରାଣ୍ଡ୍ ନୂଆ ଲୁକ୍ ସହିତ ବଜାରକୁ ପ୍ରବେଶ କରିବାକୁ ପ୍ରସ୍ତୁତ। ସେହିପରି ଏମଜି ମୋଟରର ଗ୍ଲୋଷ୍ଟର ଫେସଲିଫ୍ଟ ବର୍ଷ ଶେଷରେ ଭାରତକୁ ଆସିବାକୁ ପ୍ରସ୍ତୁତ।

୮ ସେକେଣ୍ଡରେ ଘଣ୍ଟା ପ୍ରତି ବେଗ ୧୦୦ କିମିରେ ପହଞ୍ଚିବ:

ଏମଜି୩ ହ୍ୟାଚବ୍ୟାକ୍‌କୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏମଜି ମୋଟରର ଏହି ନୂଆ କାର୍ ମାତ୍ର ୮ ସେକେଣ୍ଡରେ ଏହି ଗାଡ଼ିର ସର୍ବାଧିକ ବେଗ ୧୦୦ କିଲୋମିଟରରେ ପହଞ୍ଚି ପାରିବ। ଏଥିରେ ୧.୫ ଲିଟରର ୪ଟି ପେଟ୍ରୋଲ ଇଞ୍ଜିନ ୧୦୮ଏଚପିର ଇଲେକ୍ଟ୍ରିକ୍‌ ମୋଟର ସହ ଯୋଡ଼ି ହୋଇଛି।

ଏମଜି୩ର ଅନ୍ୟାନ୍ୟ ବୈଶିଷ୍ଟ୍ୟ:

ଏମଜି ମୋଟରର ଏହି ମଡେଲରେ ଫ୍ଲୋଟିଂ ସ୍କ୍ରିନ୍ ରହିଛି। ଏଥିସହ ୭ ଇଞ୍ଚର ଡ୍ରାଇଭର ଡିସ୍‌ପ୍ଲେ ଦିଆଯାଇଛି ଏବଂ ୧୦.୨୫-ଇଞ୍ଚର ଇନ୍‌ଫୋଟେନ୍‌ମେଣ୍ଟ ଟଚ୍ ସ୍କ୍ରିନ ଅଛି। ଆରାମ ଏବଂ ନିରାପତ୍ତାକୁ ଦୃଷ୍ଟିରୁ ଏମଜି୩ ହ୍ୟାଚବ୍ୟାକ୍‌କୁ ଡିଜାଇନ୍ କରାଯାଇଛି। କାର୍‌ର ଲଞ୍ଚିଂ ସହ ଏ ସମସ୍ତ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦିଆଯିବ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories