www.samajalive.in
Monday, December 8, 2025
13.1 C
Bhubaneswar

କନ୍ଧମାଳରେ ସରୁନି ଦାଦନ ଦୁଃଖ; ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କ ଆତ୍ମହତ୍ୟା ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲାରେ ସରୁନି ଦାଦନ ଦୁଃଖ। ଫିରିଙ୍ଗିଆ ବ୍ଲକରେ ଗତ ୪ ମାସ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଲାଣି। ପରିବାର ପ୍ରତିପୋଷଣ ଓ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଏହି ଫିରିଙ୍ଗିଆ ବ୍ଲକର ଆଉ ଜଣେ ଶ୍ରମିକ ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ଖବର ମିଳିଛି, ଯାହା ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଶ୍ରମିକ ଜଣକ ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁର ପ୍ରମୋଦ ଦିଗାଲଙ୍କ ବଡ଼ପୁଅ ଲିଙ୍କନ ଦିଗାଲ ବୋଲି ଜଣାପଡିଛି। ସେ ତାଙ୍କ ପରିବାର ସହ ଦୀର୍ଘଦିନ ଧରି ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ଗେରୁପଡା ଗାଁରେ ରହିଆସୁଥିଲେ। ତେବେ ଦୀର୍ଘ ଚାରିମାସ ହେବ ସେ ତାଙ୍କ କିଛି ସାଙ୍ଗଙ୍କ ସହ ଆନ୍ଧ୍ରପ୍ରଦେଶର ରାଜମନ୍ଦିର ରେଲୱେ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ଶ୍ରମିକ ଭାବରେ କାମ କରିଆସୁଥିଲେ। ବୁଧବାର ରାତିରେ ହଟେଲରୁ କାମ ସାରି ରାତିରେ ତାଙ୍କ ଭଡ଼ା ଘରକୁ ଶୋଇବାକୁ ଯାଇଥିଲେ। ସକାଳୁ ତାଙ୍କ ସାନ ଭାଇ ମିଲନ ଦିଗାଲକୁ ଦେହ ଭଲଲାଗୁନି କହିବା ସହ କାମକୁ ଯାଇପାରିବିନି ବୋଲି କହିଥିଲେ। ପରେ ମୃତକଙ୍କ ସାନଭାଇ କାମ କରିବା ପାଇଁ ଚାଲିଯାଇଥିଲେ। ତେବେ ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ହୋଟେଲ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଖବର ଦେବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଵା ସହ ତଦନ୍ତ ଜାରିରଖିଥିଵା ଜଣାପଡିଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ଗେରୁପଡା ଗାଁକୁ ଆସିବ ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ଗତ ମଙ୍ଗଳବାର ଦିନ ଏହି ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଅଧୀନରେ ଥିବା ଲତପଙ୍ଗିଆ ଗାଁର ଜଣେ ଦାଦନ ଶ୍ରମିକଙ୍କ ରାଜସ୍ଥାନର ଏକା କମ୍ପାନୀରେ କାମ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଘଟଣା ଘଟିବାର ଗୋଟିଏ ଦିନ ପରେ ଅର୍ଥାତ୍‌‌ ଗୁରୁବାର ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କେବଳ ଫିରିଙ୍ଗିଆ ବ୍ଳକ ନୁହେଁ , କନ୍ଧମାଳ ଜିଲାର କୋଟଗଡ଼, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି, ଜି.ଉଦୟଗିରି, ଦାରିଙ୍ଗବାଡ଼ି ଭଳି ବିିଭିନ୍ନ ବ୍ଳକର ଶହ ଶହ ଯୁବକ ଓ ଯୁବତୀ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିବା ବେଳେ ବାସ୍ତବିକ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଦାଦନ ଖଟିବାକୁ ଯାଇଛନ୍ତି ତାହାର ସରକାରୀ ଭାବେ କୌଣସି ପ୍ରକାର ହିସାବ ମଧ୍ୟ ଶ୍ରମ ବିଭାଗ ନିକଟରେ ନଥିବା ଜଣାଯାଇଛି।

- Advertisement -

 

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories