www.samajalive.in
Monday, December 8, 2025
27.1 C
Bhubaneswar

କଠିନ ପରିସ୍ଥିତିରେ ଆଦିବାସୀଙ୍କ ଜୀବନ, ଯୋଜନା ଅପହଞ୍ଚ – ରାଷ୍ଟ୍ରପତି

ଡେସ୍କ: କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଗରିବଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ପର୍ଯ୍ୟାପ୍ତ ମାଧ୍ୟମ ଅଭାବରୁ କେତେକ ଯୋଜନା ଆଦିବାସୀ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଓ ପାନୀୟ ଜଳ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବାରୁ ବିଶେଷ କରି ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଏକ କଠିନ ପରିସ୍ଥିତିରେ ଜୀବନ ଯାପନ କରୁଥିବା ରାଷ୍ଟ୍ରପତି କହିଛନ୍ତି।

ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଅଭିଯାନ

- Advertisement -

୪ ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦୁଝର ଜିଲ୍ଲାର ରାଇଶୁଆ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ଗୋନାସିକା କଦଳୀବାଡ଼ି ଗାଁରେ ରହୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଜୁଆଙ୍ଗ ଜନଜାତିର ଲୋକମାନେ ନିଜକୁ ଶିକ୍ଷିତ କରିବାକୁ ସେ ଅନୁରୋଧ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଛି ବୋଲି ସେ କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଲୋକ ସାମାଜିକ ଓ ଅର୍ଥନୈତିକ ଭାବେ ସମୃଦ୍ଧ ହେଲେ ହିଁ ଦେଶ ସମୃଦ୍ଧ ହୋଇପାରିବ।

ମହିଳାଙ୍କ ହାତରୁ ଫୋନ୍ ଛଡାଇନେଲା ମାଙ୍କଡ, ଭିଡିଓ ଭାଇରାଲ

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories