www.samajalive.in
Monday, December 8, 2025
24.1 C
Bhubaneswar

ଓ୍ବାଲ୍ଟ ଡିଜ୍ନୀ ଏବଂ ରିଲାଏନ୍ସ ମିଡିଆର ମିଶ୍ରଣ, ନୀତା ଅମ୍ବାନୀ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଭାରତରେ ଓ୍ବାଲ୍ଟ ଡିଜ୍ନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମିଡିଆ ଅପରେସନର ମିଶ୍ରଣ ହୋଇଛି । ରିଲାଏନ୍ସ ଏହି ଚୁକ୍ତି ଅନୁସାରେ ଉଭୟ କମ୍ପାନୀର ମିଶ୍ରଣରେ ପ୍ରସ୍ତୁତ ୟୁନିଟରେ ୧୧,୫୦୦ କୋଟି ଟଙ୍କା ନିବେଶ କରିବ । ଓ୍ବାଲ୍ଟ ଡିଜ୍ନୀ କମ୍ପାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୁଧବାର ଭାରତରେ ନିଜ ମିଡିଆ ପରିଚାଳନର ମିଶ୍ରଣ କରି ୭୦ ହଜାର କୋଟି ଟଙ୍କାର ଏକ ବଡ କମ୍ପାନୀ ହେବା ନେଇ ଘୋଷଣା କରିଛନ୍ତି । ଡିଜ୍ନୀ ଏବଂ ରିଲାଏନ୍ସ ଏନେଇ ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି । ଏହି କମ୍ପାନୀରେ ରିଲାଏନ୍ସର ୬୩.୧୬ ପ୍ରତିଶତ ଭାଗିଦାରୀ ରହିବ । ସେହିଭଳି ଡିଜ୍ନୀକୁ ୩୬.୮୪ ପ୍ରତିଶତ ଭାଗିଦାରୀ ମିଳିବ । ଉଭୟ କମ୍ପାନୀର ମିଡିଆ ଅପରେସନରେ ପ୍ରସ୍ତୁତ ସଂଯୁକ୍ତ ଉଦ୍ୟମର ଚେୟାରପର୍ସନ ନୀତା ଅମ୍ବାନୀ ରହିବେ । ସେହଭଳି ଉଦୟ ଶଙ୍କର ଏହି ନୂଆ କମ୍ପାନୀର ଉପାଧ୍ୟକ୍ଷ ରହିବେ ।

ରିଲାଏନ୍ସ ନିଜ ମିଡିଆ ଏବଂ ମନୋରଞ୍ଜନ ୟୁନିଟ୍ ଭାୟାକମ୍ ୧୮ ମାଧ୍ୟମରେ ଟିଭି ଚ୍ୟାନେଲ୍, ଜିଓ ଷ୍ଟ୍ରିମିଂ ଆପର ସଞ୍ଚାଳନ କରିଥାଏ । ସେହିଭଳି ଓ୍ବାଲ୍ଟ ଡିଜ୍ନୀର ଭାରତରେ ଭେଞ୍ଚର ଡିଜ୍ନୀ ଇଣ୍ଡିଆ, ଯାହା ଅନ୍ତର୍ଗତ ଷ୍ଟାର ଇଣ୍ଡିଆ ମଧ୍ୟ ଆସିଥାଏ । କମ୍ପାନୀ ପାଖରେ କଲର୍ସ, ଷ୍ଟାର ପ୍ଲସ୍, ଷ୍ଟାର ଗୋଲ୍ଡ, ଷ୍ଟାର ସ୍ପୋର୍ଟ୍ସ ଭଳି ଚ୍ୟାନେଲ୍ସର ମାଲିକାନା ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମିଡିଆ ଅପରେସନ ଏବଂ ଓ୍ବାଲ୍ଟ ଡିଜ୍ନୀର ମିଶ୍ରଣ ଭାରତର ଏକ ବଡ ମନୋରଞ୍ଜନ କମ୍ପାନୀ ସାଜିବ ଏବଂ ଏହାର ମୁକାବିଲା ଜୀ ଏଣ୍ଟରଟେଣ୍ଟମେଣ୍ଟ ଏବଂ ସୋନିର ସଂଯୁକ୍ତ ଉଦ୍ୟମ ଓ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ୍ ଭଳି ଷ୍ଟ୍ରିମିଂ ସହ ହେବ ।

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories