ଭୁବନେଶ୍ୱର: ରାଜ୍ୟରେ ଏଣିକି ପ୍ରତିବର୍ଷ ବାଘ ଗଣନା କରାଯିବ। କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରଖାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି। ସୋମବାର ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ବାଘ ଓ ୮ଟି ଶାବକ ଥିବା ଜଣାପଡିଛି। ସେଥିମଧ୍ୟରୁ ଶିମିଳିପାଳରେ କେବଳ ୨୭ଟି ଥିବାବେଳେ ୮ଟି ଶାବକ କେନ୍ଦୁଝର, ପାରଳଖେମୁଣ୍ଡି ଓ ହୀରାକୁଦରେ ଗୋଟିଏ ଲେଖାଏଁ ମହାବଳ ଥିବା କୁହାଯାଇଛି। ଏପଟେ ଚିନ୍ତା ବଢାଇଛି କଳା ବାଘ। ଶିମିଳିପାଳରେ ୧୩ଟି କଳା ବାଘ ରହିଛି। ଇନ ବ୍ରିଡିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢିଥିବା କୁହାଯାଇଛି।
Popular Categories



