www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ବାଚନ ପୂର୍ବରୁ ଅପରାଧୀଙ୍କ ଉପରେ କଡା ନଜର ରଖିଛି ପୁଲିସ୍

ଛତ୍ରପୁର : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଦାଗୀ ଅପରାଧି ସହ ବିଭିନ୍ନ ଅପରାଧିମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟିପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ ଗଞ୍ଜାମ ଏସପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଓ ଅବାଧ ନିର୍ବାଚନ ଗଞ୍ଜାମ ପୁଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ୍ ବୋଲି ଗଞ୍ଜାମ ଏସ୍‌.ପି. ଜଗମୋହନ ମିନା କହିଛନ୍ତି । ଜାନୁଆରୀ ମାସରୁ ଏବେ ସୁଦ୍ଧା ଜିଲ୍ଲାର ୩୧୯୪ ଜଣ ବିଶୃଙ୍ଖଳକାରୀଙ୍କୁ ଚିହ୍ନଟ କରାଯାଇଛି । ଆଗୁଆ ପଦକ୍ଷେପ ଗ୍ରହଣ ସ୍ୱରୂପ, ସେମାନଙ୍କୁ ବିଭିନ୍ନ ଥାନା ଅଧିକାରୀଙ୍କ ତରଫରୁ ୧୦୭ ଓ ୧୧୦ ସିଆରପିସି ନୋଟିସ୍ ଜାରି କରାଯାଇଛି । ଯଦି ସେମାନେ କୈାଣସି ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଲାଇସେନ୍ସ୍ ବନ୍ଧୁକ ରଖିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ବନ୍ଧୁକ ଜମା କରିବା ପାଇଁ କୁହାଯିବ । ଗଞ୍ଜାମ ପୁଲିସ ଜିଲାର ୩ ଜଣ ପେଶାଦାର ଅପରାଧି ଉପରେ ଜାତୀୟ ସୁରକ୍ଷା ଆଇନ ଲଗାଇଛି। ସେମାନେ ହେଲେ ଆସିକା ଥାନା ଅଧିନ ନୂଆଗାଁ ଗ୍ରାମର ସୁନିଲ ନାୟକ , ପୋଲସରା ଥାନା ଅଧିନ ପାଟଣାପଦର ସାହିର ଯଜ୍ଞ ପ୍ରଧାନ  ଓ ବରଗଡ ଥାନା ଅଧିନ ଗଙ୍ଗାପୁର ଗାଁର ଗୁରୁ ପ୍ରସାଦ ସ୍ୱାଇଁ । ସୁନିଲ ଓ ଯଜ୍ଞ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ୮ଟି ଅପରାଧିକ ମାମଲା ଥିବାବେଳେ ଗୁରୁ ନାଁରେ ୩ଟି ଅପରାଧିକ ମାମଲା ରହିଛି ସୂଚନା ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories