ଦୁଇ ଦଫା ଦାବି ନେଇ ବୌଦ୍ଧ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କ ଆନ୍ଦୋଳନ

ବୌଦ୍ଧ : ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ପକ୍ଷରୁ ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିବାବେଳେ ବୌଦ୍ଧ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ଏଥିରେ ସାମିଲ ହୋଇଛି ଦୁଇ ଦଫା ଦାବି ନେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ, ଆଗ୍ନିକ ଗାଡି ଚାଳକ ହାବିଲଦାରଙ୍କ ପୂର୍ବପରି ଓଡିଶା ପୁଲିସ ସିପାହୀ ହାବିଲଦାରଙ୍କ ଦରମା ଲେବଲ୍ ଭତ୍ତା ସହ ସମାନ କରିବା, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଏହି ଆନ୍ଦୋଳନରେ ହାବିଲଦାର କାର୍ତ୍ତିକେଶ୍ୱର ନାଥଙ୍କ ନେତୃତ୍ୱରେ ବିରେନ୍ଦ୍ର କୁମ୍ଭାର, ଜୁଲିଅସ ଲୁଗୁନ, ସୁରେଶ ଚନ୍ଦ୍ର ବେହେରା, ଗୋବରର୍ଦ୍ଧନ ବେହେରା, ଅମିତ ସୋରେନ,ନିରାକାର ବେହେରା, ସୁରଥ ଦାସ, ଗିରିଶ ସାହୁ, ସୋମନାଥ ଦେହୁରୀ ପ୍ରମୁଖ ସାମିଲ ଥିଲେ

Comments are closed.