www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ଦୋଳନରତ କୃଷକଙ୍କୁ ସରକାରଙ୍କ ଅନୁରୋଧ – ଶାନ୍ତି ବଜାୟ ରଖ, ପୁଣି ଆଲୋଚନା ପାଇଁ ଆସ

ଡେସ୍କ: କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି (ବୁଧବାର) ଆନ୍ଦୋଳନରତ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ସମସ୍ତ ପ୍ରସଙ୍ଗରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଆନ୍ଦୋଳନରତ କୃଷକମାନଙ୍କୁ ଶାନ୍ତି ବଜାୟ ରଖିବା ସହ ସମାଧାନ ପାଇଁ ଆଲୋଚନା କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।

ତରକାରୀରୁ ବାହାରିଲା ସାପ, ଭିଡିଓ ଭାଇରାଲ

- Advertisement -

ମନ୍ତ୍ରୀ କହୁଛନ୍ତି, ଏମଏସପି ହେଉ କି ଫସଲ ବିବିଧତା ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। ଆମେ କେବଳ କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହାର କରିପାରିବା। ମୁଁ ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛି ଏବଂ ଶାନ୍ତି ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ଭଲ ସମାଧାନ ଖୋଜିବାକୁ ନିବେଦନ କରିଛି ବୋଲି ଶ୍ରୀ ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି।

ବ୍ୟବସାୟ​‌ରେ ହେବ ଲାଭ ହିଁ ଲାଭ, ଥରୁଟିଏ ଆପଣାଇ ଦେଖନ୍ତୁ ଏହି ବାସ୍ତୁ ଉପାୟ

ଫେବ୍ରୁଆରି ୧୮ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚାର କୃଷକ ନେତାମାନେ ବୁଧବାର ପଞ୍ଜାବ ଏବଂ ହରିୟାଣା ସୀମାରୁ ପଦଯାତ୍ରା ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି।

ଅଜବ ନୀତି – ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ନୂଆ-ଓ ଛାତ୍ରବୃତ୍ତି

ଗତ ଫେବ୍ରୁଆରି ୧୮ ତାରିଖରେ କୃଷକ ନେତାମାନଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ଏକ ପ୍ୟାନେଲ କୃଷକମାନଙ୍କ ସହ ଚୁକ୍ତି କରିବା ପରେ ୫ ବର୍ଷ ପାଇଁ ସରକାରୀ ଏଜେନ୍ସିଗୁଡ଼ିକ ଦ୍ୱାରା ଏମଏସପିରେ ଡାଲି, ମକା ଏବଂ କପା ଫସଲ କିଣିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କୃଷକ ନେତାମାନେ ସରକାରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଧମକ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories