www.samajalive.in
Monday, December 8, 2025
24.1 C
Bhubaneswar

ହାତିମୁଣ୍ଡା ଚେକଡେମ କାର୍ଯ୍ୟ ପରିଦର୍ଶନ କଲେ ଜିଲା ଅଧିକାରୀ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଳକର ବୃହତ ଜଳ ସେଚନ ପ୍ରକଳ୍ପ ହାତିମୁଣ୍ଡା ଚେକଡେମ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି ବିଭାଗୀୟ ଅଧିକାରୀ । ହାତିମୁଣ୍ଡା ଚେକଡେମ କେନାଲ କାର୍ଯ୍ୟକୁ କିପରି ଜମିକୁ ଠିକ ଭାବେ ଜଳ ସେଚିତ ହୋଇ ପାରିବ ସେଥିନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର କ୍ଷୁଦ୍ର ଜଳ ସେଚନ ବିଭାଗର ଏସଡିଓ ପଦ୍ମଚରଣ ସାହୁ ଓ ଯନ୍ତ୍ରୀ ଜୟପ୍ରକାଶ ଦର୍ଜି କେନାଲ କାର୍ଯ୍ୟ ଉପରେ ପରିଦର୍ଶନ କରିଥିଲେ।
ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଜମିକୁ ଜଳ ସେଚନ କରିବା ପାଇଁ ୧ କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ କେନାଲ କାର୍ଯ୍ୟ କରାଯାଇଛି। ପୁଣି ଅନେକ କେନାଲ କାର୍ଯ୍ୟ ମରାମତି ପାଇଁ ରହିଛି। ସରକାରଙ୍କୁ ଲିଖିତ ପ୍ରସ୍ତାବ ଦିଆଯାଇଛି ବୋଲି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। କେନାଲ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଖରିପ ଋତୁରେ ଚାଷୀମାନଙ୍କ ପାଇଁ କେନାଲ ମରାମତି କରାଯିବା ସହ ଠିକ ପାଣି ପହଁଚିବା ପାଇଁ ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। ସମସ୍ତ ହାତିମୁଣ୍ଡା କେନାଲରେ ମରାମତି କରିବା ସହ ବର୍ତ୍ତମାନ ଠିକ ସେ କାର୍ଯ୍ୟ ଶେଷ ହୋଇଥିବା ଓ ଜମିକୁ ପାଣି ମାଡିଥିବା ପ୍ରକାଶ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories