www.samajalive.in
Monday, December 8, 2025
24.1 C
Bhubaneswar

ଆଉ ଫିଙ୍ଗିବେ ନାହିଁ ବଳକା ଭାତ ; ଭାତରୁ ଏମିତି ତିଆରି କରନ୍ତୁ ସ୍ୱାଦିଷ୍ଟ ପରଟା

ଖାଦ୍ୟ ପ୍ରସ୍ତୁତି କରିବା ପରେ ଅନେକ ସମୟରେ ବଳକା ଭାତ ରହିଯାଏ। କିଛି ଲୋକେ ଏହାକୁ ଫ୍ରାଏ କରି କିମ୍ବା ଅନ୍ୟ ଉପାୟରେ ଖାଇଥାଆନ୍ତି। ସେଭଳି କିଛି ଲୋକେ ଏହାକୁ ଫିଙ୍ଗି ଦେଇଥାଆନ୍ତି। ତେବେ ବଳକା ଭାତ ଥିଲେ ,ଏହାକୁ ଫିଙ୍ଗନ୍ତୁ ନାହିଁ। ବରଂ ସନ୍ଧ୍ୟା ସମୟରେ ଏଥିରୁ ସ୍ୱାଦିଷ୍ଟ ପରଟା ତିଆରି କରନ୍ତୁ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ପ୍ରସ୍ତୁତ କରିବା ମଧ୍ୟ ସହଜ। ତେବେ ଜାଣନ୍ତୁ ଚାଉଳରୁ କିଭଳି ପରଟା ପ୍ରସ୍ତୁତ କରିବେ..
ଆବଶ୍ୟକ ସାମଗ୍ରୀ
ଏକ କପ ଭାତ
ଏକ ଚାମଚ ତେଲ
ଏକ ଚାମଚ ଜିରା
ପିଆଜ କଟା – ୧ଟି
ଏକ ଚାମଚ ଅଦାରସୁଣ ବଟା
୧ ଚାମଚ ଲଙ୍କା ଗୁଣ୍ଡ
କଞ୍ଚାଲଙ୍କା – କଟା ହୋଇଥିବା
ପୁଦିନା ପତ୍ର – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ଅଟା – ଆବଶ୍ୟକ ପରିମାଣରେ
ଦେଶୀ ଘିଅ – ଏକ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ସାମାନ୍ୟ ଲୁଣ ଓ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇବା ପରେ ପିଆଜ, ଅଦାରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ଏଥିରେ ବଳକା ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଚଟଣି ଭଳି କରନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଅଟାରୁ ଗୁଳା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତକୁ ପୁର ଭଳି ଅଟା ମଧ୍ୟରେ ଦେଇ ପରଟା ବେଲି ଦିଅନ୍ତୁ। ଏହାକୁ ତାୱାରେ ପକାଇ ଉଭୟ ପଟକୁ ଘିଅ ପକାଇ ଭଲ ଭାବେ ସେକି ଦିଅନ୍ତୁ। ଏହି ଗରମାଗରମ ପରଟାକୁ ଦହି ସହ ଖାଆନ୍ତୁ।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories