www.samajalive.in
Monday, December 8, 2025
27.1 C
Bhubaneswar

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କୁ ଟଙ୍କାପଇସାର ଆବଶ୍ୟକ ରହିଥାଏ। ଟଙ୍କା ପାଇଁ ବ୍ୟକ୍ତି ପ୍ରତିଦିନ ପରିଶ୍ରମ କରିଥାଏ। କିନ୍ତୁ କଠୋର ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳି ନଥିଲେ ଅଧିକ କଷ୍ଟ ଲାଗେ। କିଛି ଭୁଲ ଦ୍ବାରା ଧନର ଅଭାବ ଦେଖାଦେଇଥାଏ। ଶାସ୍ତ୍ରରେ ଟଙ୍କାପଇସାର ଅଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ ଟଙ୍କାପଇସା ଓ ସମ୍ପତ୍ତି ବୃଦ୍ଧି କରିବାର କିଛି ଉପାୟ କୁହାଯାଇଛି। ଜୀବନରେ କିଛି ପରିବର୍ତ୍ତନ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି।

ଯେଉଁ ଘରେ ନିୟମିତ ରୂପେ ଠାକୁରଙ୍କୁ ପୂଜା କରାଯାଇ ନଥାଏ ସେଠାରେ ମା’ ଲକ୍ଷ୍ମୀ ବାସ କରିନଥାଆନ୍ତି। ପ୍ରତିଦିନ ଠାକୁରଙ୍କୁ ପୂଜା କରିବା ସହ ଶଙ୍ଖ ଓ ଘଣ୍ଟି ବଜାଇବା ଉଚିତ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

- Advertisement -

ଯେଉଁ ଘରେ ସୂର୍ଯ୍ୟାସ୍ତ ପରେ ଝାଡୁ କରାଯାଇଥାଏ ସେଠାରେ ଟଙ୍କାପଇସାର ଅଭାବ ଦେଖାଯାଇଥାଏ। ତେଣୁ ଭୁଲରେ କେବେ ବି ସନ୍ଧ୍ୟା ସମୟରେ ଘର ଝାଡୁ କରନ୍ତୁ ନାହିଁ।

ଯେଉଁ ମାନେ ସର୍ବଦା ନଖ ଚୋବାଇ ଥାଆନ୍ତି ତାଙ୍କ ପାଖରେ କେବେ ବି ଟଙ୍କା ରହି ନଥାଏ। ତେବେ ନଖ କେବେ ବି ଚୋବାନ୍ତୁ ନାହିଁ।

ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡିଥାଏ। ତେଣୁ ରାତିରେ ଅଇଁଠା ବାସନ ଧୋଇ ଦିଅନ୍ତୁ।

ରାତିରେ ଶୋଇବା ପୂର୍ବରୁ ଗୋଡହାତ ଧୋଇ ଶୁଅନ୍ତୁ। ଏପରି ନ କରିବା ଦ୍ବାରା ଖରାପ ଶକ୍ତି ଆପଣଙ୍କ ଶରୀରକୁ ପ୍ରବେଶ କରିଥାଏ।

ଠାକୁରଙ୍କ ନିକଟରେ ଜଳାଯାଇଥିବା ଦୀପକୁ ମଝିରେ ଲିଭାନ୍ତୁ ନାହିଁ। ବେଳେବେଳେ ଦେଖାଯାଇଥାଏ ଯେ, କେତେକ ବ୍ୟକ୍ତି ଦୀପକୁ ପାଟିରେ ଫୁଙ୍କି ଲିଭାଇ ଥାଆନ୍ତି। ଏପରି କରିବା ଦ୍ବାରା ଘରେ ଅଭାବ ଅନଟନ ଦେଖା ଯାଇଥାଏ।

ରାତିରେ କେଶ କୁଣ୍ଡାଇବା ଅନୁଚିତ। ରାତିରେ ଶୋଇବା ବେଳେ କେଶ ଖୋଲା କରି ଶୋଇବା ମଧ୍ୟ ଅନୁଚିତ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories