www.samajalive.in
Monday, December 8, 2025
13.1 C
Bhubaneswar

ପାଦ ଯନ୍ତ୍ରଣା, ଅନିଦ୍ରା, ତଥା ମାନସିକ ଚିନ୍ତା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ଅଧିକ ସମୟ ଅଫିସରେ କାର୍ଯ୍ୟ କରିବା ପରେ ଅଥବା ଅଧିକ ସମୟ ବୁଲାବୁଲି କରିବା ଫଳରେ ଥକ୍କା ଲାଗିବା ସହ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ। ଏହି କାରଣରୁ ବେଳେ ବେଳେ ବହୁ ଲୋକଙ୍କୁ ନିଦ ମଧ୍ୟ ହୋଇନଥାଏ । ମାନସିକ ଚିନ୍ତା ମଧ୍ୟ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାଦରେ ଆୟୁର୍ବେଦିକ ମସାଜ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି ମସାଜ କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଥକ୍କାପଣ ମଧ୍ୟ ଦୂର ହୋଇଥାଏ। ଏହି ମସାଜ ଆପଣ ଘରେ ମଧ୍ୟ କରିପାରିବେ।
ସମସ୍ତ ଶରୀରର ଚାପର ପ୍ରଭାବ ପାଦ ଉପରେ ପଡ଼ିଥାଏ। ତେଣୁ ପାଦକୁ ମାଲିସ କରିବା ଦ୍ୱାରା ଶରୀରର ସମସ୍ତ ଯନ୍ତ୍ରଣା ମୁକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଯାଇଥାଏ। ଏହି ମସାଜ କିପରି କରିବେ ଜାଣନ୍ତୁ….
ପ୍ରଥମ ପର୍ଯ୍ୟାୟରେ ; ପ୍ରଥମେ ପାଦକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଦ୍ୱିତୀୟ ପର୍ଯ୍ୟାୟରେ ; ଏହା ପରେ ଏକ ବାଲଟିରେ ଉଷୁମ ପାଣି ରଖନ୍ତୁ। ଏବେ ଅଦା ଛେଚି ଏହି ପାଣିରେ ପକାନ୍ତୁ ଓ ଏଥିରେ ଲୁଣ ମିଶାନ୍ତୁ। ଏହା ପରେ ନିଜ ପାଦକୁ ବୁଡ଼ାଇ ୨୦ ରୁ ୩୦ ମିନିଟ ରଖନ୍ତୁ।
ତୃତୀୟ ପର୍ଯ୍ୟାୟରେ ; ୨୦ ରୁ ୩୦ ମିନିଟ ପରେ ପାଦକୁ କାଢି ପୋଛି ଦିଅନ୍ତୁ। ଏବେ ପାଦରେ ତେଲ ମାଲିସ କରନ୍ତୁ ଓ କିଛି ସମୟ ଆଙ୍ଗୁଠିରେ ଧୀରେ ଧୀରେ ପାଦକୁ ମସାଜ କରନ୍ତୁ।
ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା ଥକ୍କାପଣ, ପାଦ ଯନ୍ତ୍ରଣା, ମାନସିକ ଚିନ୍ତା ଦୂର ହେବା ସହ ଭଲ ନିଦ ମଧ୍ୟ ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories