www.samajalive.in
Wednesday, December 10, 2025
18.1 C
Bhubaneswar

ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମାଧାନ କେବେ

ଭୁବନେଶ୍ବର: ରାଜ୍ୟ ସରକାର ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ପାଇଁ କିଛି ନା କିଛି ଘୋଷଣା କରୁଥିବା ବେଳେ ବାହ୍ୟ ଠିକା କର୍ମଚାରୀ (ଆଉଟସୋର୍ସିଂ)ଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ତେବେ ସଂପୃକ୍ତ ବର୍ଗର କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା ସହିତ କିଭଳି ଦାୟିତ୍ବ ହସ୍ତାନ୍ତର କରାଯିବ ସେ ଦିଗରେ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଜଣାଯାଇଛି।

ମୁଖ୍ୟସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ୬ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ସମୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ସଂପୃକ୍ତ ବର୍ଗର କର୍ମଚାରୀଙ୍କ ଲାଗି ଏକ କ୍ଷେତ୍ରୀୟ ବିଭାଗ କାର୍ଯ୍ୟ କରିବ। କେଉଁ ବାହ୍ୟଠିକା କର୍ମଚାରୀ କେତେଦିନ ଧରି ନିଯୁକ୍ତି ପାଇଲେଣି ଏବଂ କେଉଁ ସଂସ୍ଥା ଜରିଆରେ ନିଯୁକ୍ତ ହୋଇଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ସଂପୃକ୍ତ ବାହ୍ୟ ଠିକା କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକକୁ ଏକ ନିର୍ଦିଷ୍ଟ ମଜୁରି ନୀତି ଅନୁଯାୟୀ ପ୍ରଦାନ କରାଯିବ। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା କିମ୍ବା ମଞ୍ଜୁରୀ ପଦରେ ସଂପୃକ୍ତ ବର୍ଗର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ ନାହିଁ। ଏହାସହିତ ଏଣିକି ଏକକ ଆଦର୍ଶ ଚୁକ୍ତି(ଷ୍ଟାଣ୍ଡାର୍ଡ ମଡେଲ କଣ୍ଟ୍ରାକ୍ଟ) ପ୍ରସ୍ତୁତ କରାଯିବ। ସାଧାରଣ ପ୍ରଶାସନ ବିଭାଗ ଅର୍ଥ ବିଭାଗ ସହିତ ପରାମର୍ଶ କରି ଏହି ଚୁକ୍ତିନାମା ପ୍ରସ୍ତୁତ କରିବ। ଏଣିକି ଯେତିକି ସମୟର ସରକାରୀ କାର୍ଯ୍ୟ କରାଯିବ ସେହି ଅନୁଯାୟୀ ମାନବସମ୍ବଳ ନିୟୋଜିତ ହେବେ। ବିଭିନ୍ନ ବିଭାଗରେ ମାନବସମ୍ବଳ ନିଯୁକ୍ତି ବେଳେ ସମୟକୁ ଆଧାର କରାଯିବ। ଯଦି ସଂପୃକ୍ତ ବିଭାଗ କାର୍ଯ୍ୟ ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରି ନପାରିବେ ସେକ୍ଷେତ୍ରରେ ଏକ ପ୍ରସ୍ତାବ ପ୍ରଶାସନିକ ବିଭାଗକୁ ପ୍ରଦାନ କରିବେ। ଏହି ଅବସରରେ ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ବିଭିନ୍ନ ମାମଲାରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବାପାଇଁ ଆସିଥିବା ନିର୍ଦେଶ ଏବଂ ବହୁ କର୍ମଚାରୀ କରିଥିବା ମାମଲା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହିତ ୬ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିୟମିତ ହେବାପାଇଁ ଦାବି କରୁଥିବା ସମ୍ପର୍କରେ ତର୍ଜମା କରାଯାଇଥିଲା। ସେକ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories