www.samajalive.in
Monday, December 8, 2025
27.1 C
Bhubaneswar

ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ଭୌମିକଙ୍କ ୭୯ ବର୍ଷ ବୟସରେ ପରଲୋକ

ଡେସ୍କ: ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ଭୌମିକଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ହୋଇଥିଲା।କିଛି ଦିନ ହେବ ଅସୁସ୍ଥ ଥିବା ଅଞ୍ଜନାଙ୍କର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଗତ ଫେବ୍ରୁଆରି ୧୬ ତାରିଖରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ମାସ ହେବ ଜେରିଆଟ୍ରିକ୍ ସମସ୍ୟା ଯୋଗୁଁ ସେ ଶଯ୍ୟାଶାୟୀ ଥିଲେ।

ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅନ୍ୟାୟ, ଆମେ ସୁପ୍ରିମକୋର୍ଟ ଯିବୁ – ଶରଦ ପାୱାର

- Advertisement -

୬୦-୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଅଞ୍ଜନା ‘କାଖୋନୋ ମେଘ’, ‘ଥାନା ଥେକେ ଆସଚ୍ଛି’, ‘ନାୟିକା ସମ୍ବାଦ’, ‘ଚୌରିଙ୍ଗି’ ଓ ‘ପ୍ରଥମ ବସନ୍ତ’ ଭଳି କ୍ଲାସିକ୍ ଚଳଚ୍ଚିତ୍ରରେ ଦର୍ଶକଙ୍କ ପ୍ରଶଂସା ଅର୍ଜନ କରିଥିଲେ। ସେ କୁଚବିହାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସ୍ନାତକୋତ୍ତର ସମୟରେ କୋଲକାତା ଚାଲି ଯାଇଥିଲେ। ମାତ୍ର ୨୦ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିବା ଅଞ୍ଜନା ୧୯୬୪ ମସିହାରେ ଫିଲ୍ମ ‘ଅନୁସ୍ତୁପ ଛନ୍ଦା’ରେ ନଜର ଆସିଥିଲେ ଏବଂ ତାଙ୍କ ମୂଳ ନାମ ଆରତିରୁ ଅଞ୍ଜନା ନାମରେ ପରିଚିତ ହୋଇଥିଲେ। ପରବର୍ଷ ‘ଥାନା ଥେକେ ଆସଛି’ ଜରିଆରେ ସେ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories