www.samajalive.in
Thursday, December 11, 2025
15.1 C
Bhubaneswar

୨୦ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା, ବ୍ଲକରେ ୧୦୬୮ପରୀକ୍ଷାର୍ଥୀ

କଲ୍ୟାଣସିଂହପୁର: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚଳିତ ମାସ ୨୦ତାରିଖ ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ୧୦୬୮ଜଣ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟର ସୁପରଟେଣ୍ଡର ପ୍ରଦୀପ କୁମାର ଦଳେଇ ସୂଚନା ଦେଇଛନ୍ତି ।ଏହି ନାଡାଲ ସେଣ୍ଟର ଅଧୀନରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୯୨ ଜଣ, ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ରେ  ୧୫୭ ଜଣ, ଶିକରପାଇସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୭୪ ଜଣ, ବୁଡ଼ାଗୁଡା ସରକାରୀ ବିଦ୍ୟାଳୟ ବା ସେବାଶ୍ରମ ରେ ୨୭୪ ଜଣ ଓ କୋଲନରା ବ୍ଲକର ରିଭଲକଣା ଉଚ୍ଚ ବିଦ୍ୟାଳୟରେ ୧୭୧ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ।
ଏହି ନୋଡାଲ ସେଣ୍ଟର ରେ  କଡା ପୁଲିସ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯାଇ ପରୀକ୍ଷାର ସକାଳୁ ଦୁଇ ଜଣ ଶିକ୍ଷକ ଦାୟିତ୍ୱ ନେଇ ୫ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚିବା ବ୍ୟବସ୍ଥା କରାଯାଇଛି ।ଏହାକୁ  ତହସିଲଦାର  ରଞ୍ଜନ ମାନସେଠ ମାଜିଷ୍ଟ୍ରେଟ ଦାୟିତ୍ୱ ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପବିତ୍ର ନାୟକ  ତଦାରଖ କରିବେ ବୋଲି ସୂଚନା ମିଳିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଯେମିତି ପରୀକ୍ଷାର୍ଥୀ ଅସୁବିଧା ନ ହୋଇ ଶାନ୍ତି ଶୃଙ୍ଖଳା ରେ ସରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories