www.samajalive.in
Sunday, December 7, 2025
13.1 C
Bhubaneswar

ଗୋଟିଏ ବାଇକ୍‌‌ରେ ୩ ମହିଳା ଜଣେ ଯୁବକ ; ହୋସ୍‌‌ ଉଡାଉଛି ଭିଡିଓ..

ନୂଆଦିଲ୍ଲୀ : ଗାଡି ଚଲାଇବା ସମୟରେ ସଭିଏଁ ମୋଟର ଯାନ ଆଇନ ପାଳନ କରିବା ଆବଶ୍ୟକ। ମାତ୍ର ଅନେକ ସମୟରେ କିଛି ଲୋକେ ଏହି ନିୟମକୁ ଉଲ୍ଲଘଂନ କରୁଥିବା ଦେଖାଯାଏ। ସମସ୍ତେ ଜାଣନ୍ତି ବାଇକ୍‌‌ରେ ୨ ଜଣ ବସି ଯାତ୍ରା କରିବାର ଅନୁମତି ରହିଛି। ମାତ୍ର ଅନେକ ସମୟରେ ଦେଖାଯାଏ, ଲୋକେ ନିଜ ଜୀବନ ବିପଦରେ ପକାଇ ଚାରି ରୁ ପାଞ୍ଚ ଜଣ ଏକାସହ ବାଇକ୍‌‌ରେ ଯାତ୍ରା କରନ୍ତି। ବର୍ତ୍ତମାନ ସେଭଳି ଏକ ଭିଡିଓ ଖୁବ ଭାଇରାଲ୍‌‌ ହେଉଛି।

ଭାଇରାଲ ଭିଡିଓରେ ଦେଖିପାରିବେ, ଗୋଟିଏ ବାଇକ୍‌‌ରେ ଜଣେ ପୁରୁଷ ଓ ତିନି ଜଣ ମହିଳା ବସି ଯାତ୍ରା କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ମହିଳା ବାଇକ୍‌‌ର ଟାଙ୍କି ଉପରେ ବସିଛନ୍ତି। କେହି ହେଲମେଟ ମଧ୍ୟ ପିନ୍ଧି ନାହାଁନ୍ତି। କାର୍‌‌ରେ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓ କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେଉଛି।
ଭାଇରାଲ ଭିଡିଓଟିକୁ ଏକ୍ସରେ ଜଣେ ସେୟାର କରିଛନ୍ତି। ୭ସେକେଣ୍ଡର ଏହି ଭିଡିଓକୁ ନେଇ ଲୋକେ ନିଜର ମନ୍ତବ୍ୟ ଦେଉଛନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଭିଡିକୁ ଦେଖିବା ସହ ଲାଇକ୍‌‌ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories