www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ମାତା ମୂର୍ତ୍ତି ଭାଙ୍ଗିବା ଘଟଣା; ଥାନାରେ ମାମଲା ,ଅଞ୍ଚଳରେ ଚାପା ଉତ୍ତେଜନା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଗତ ରବିବାର ରାତ୍ରରେ ସିକରପାଇ ଗ୍ରାମର ପ୍ରବେଶ ମୁଖ୍ୟ ରାସ୍ତାରେ ଥିବା ଭାରତ ମାତା ମୂର୍ତ୍ତିକୁ କେହି ଦୁର୍ବୃତ୍ତ ପଥର ମାରି କିରଟି ଭାଙ୍ଗି ଦେଇଥିବାରୁ କଲ୍ୟାଣସିଂହପୁର ଥାନାରେ ସୋମବାର ସନ୍ଧ୍ୟା ଛଟା ବେଳେ ଏତଲା ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ଗତ ଜାନୁଆରୀ ୨୬ ତାରିଖ ଦିନ ସିକରପାଇ ମୁଖ୍ୟ ରାସ୍ତାରେ ଥିବା ପୋଲ ନିକଟରେ ଗ୍ରାମବାସୀଙ୍କ ଦ୍ଵାରା ଭାରତ ମାତାର ଏକ ସିମେଣ୍ଟ କଂକ୍ରିଟ ପ୍ରତିମୂର୍ତ୍ତି ନିର୍ମାଣ କରି ଏହି ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। କିନ୍ତୁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବାରୁ ସିକରପାଇ ଗ୍ରାମର ସମାଜସେବୀ ଟାଂଗୁଡୁ ଚନ୍ଦ୍ରଶେଖର, ନିରଞ୍ଜନ କଡ୍ରାକା, ସୁରେଶ ନେମାଲପୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଥାନା ଏସଆଇ ସଂଜୟ କୁମାର ମୁର୍ମୁ ଏହି ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଥାନା ଅଞ୍ଚଳରେ ରାତ୍ର ପାଟ୍ରୋଲିଂ ନହେବାରୁ ଦିନକୁ ଦିନ ଚୋରି ଡକାୟତି, ରାହାଜାନୀ ଭଳି ଘଟଣା ଘଟିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସିକରପାଇ ମେଡିକାଲ ଛକ ନିକଟରେ ବାବା ସାହେବ ଆମ୍ବେଦକରଙ୍କ ବ୍ୟାନେର ଚିରି ଫାଡ଼ି ଦେଇଥିବା ବେଳେ ବର୍ତ୍ତମାନ ଦୁର୍ବୃତ୍ତ ଭାରତ ମାତାଙ୍କ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories