www.samajalive.in
Monday, December 8, 2025
14.1 C
Bhubaneswar

ବଳାତ୍କାର ପୀଡ଼ିତାଙ୍କ ନାମ ସହ ଅନ୍ୟ ସୂଚନା ସାମାନ୍ୟତମ ବି ପ୍ରକାଶ ହେବା ଅନୁଚିତ୍‌ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଳାତ୍କାର ପୀଡ଼ିତାଙ୍କ ନାମ ସହ ଅନ୍ୟ ସୂଚନା ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ  ସାମାନ୍ୟତମ ବି ପ୍ରକାଶିତ ହେବା ଅନୁଚିତ୍‌ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଛନ୍ତି । ଏବେ ବି  ଦେଶର ଅନେକାଂଶରେ ଏମାନଙ୍କୁ ଅସ୍ପୃଶ୍ୟ  ଭାବେ ବ୍ୟବହାର କରାଯିବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି ।

ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପୀଡିତାଙ୍କର ସାମାନ୍ୟତମ ସୂଚନା ଦିଆଯିବ ନାହିଁ ବୋଲି ନିଜ ରାୟରେ ଦର୍ଶାଇଛନ୍ତି । ବଳାତ୍କାର, ଅସଦାଚରଣ ସହ ନାବାଳକ ଓ ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାରରେ ନାମ ପରିଚୟ ସହ ସାମାନ୍ୟତମ ସୂଚନା ଖବରରେ ପ୍ରକାଶିତ ନ କରିବା ପାଇଁ  ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣୀ ବେଳେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କୁ କୋର୍ଟମିତ୍ର ବା ଆମିକ୍ୟୁସ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଥିଲା ।

- Advertisement -

କେତକ ପ୍ରସଙ୍ଗରେ  ଏପରି ଘଟଣାର ଖବର ପ୍ରକାଶନ ସଂସ୍ଥାମାନଙ୍କର ସମାନ୍ତରଳ ଟ୍ରାଏଲ୍‌ ହେଉଥିବା କଥା  ଜୟସିଂହ ଦର୍ଶାଇଥିଲେ । ଏଥିପାଇଁ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧରେ ଖବର ପ୍ରସାରଣ ପାଇଁ ମାର୍ଗଦର୍ଶିକା ଜାରି କରିବା ପାଇଁ ସେ  ପରାମର୍ଶ ଦେଇଥିଲେ । ଜୟିସିଂହ, ପୁଲିସ ମାମଲା ରୁଜୁ ହେବା ପୂର୍ବରୁ ଖବରଦାତାମାନଙ୍କୁ ସୂଚନା ଲୁଚା ଛପାରେ ଦେଉଥିବା କଥା   କହିଥିଲେ । ଏଥିରେ ସେ କାଠୁଆର ଉଦାହରଣ ଦେଇଥିଲେ । ଏଥିପାଇଁ ସେ ଭାରତୀୟ ପିଙ୍ଗଳ ଧାରା ଓ ପୋକସ୍‌ ବା ଶିଶୁ  ଯୌନ ଅପରାଧ ସୁରକ୍ଷା ଆଇନରେ ଥିବା ବିଭିନ୍ନ ଧାରାରେ ଏଥିପାଇଁ ଥିବା ବିଧାନର  ବିଷୟରେ ଉପସ୍ଥାପନ କରିଥିଲେ । ଖବର ପ୍ରକାଶନ ବେଳେ କିପରି ଭାବେ  ପୀଡିତାମାନଙ୍କର  ସାମାନ୍ୟତମ ପରିଚୟ ଦିଆ ନଯିବ ସେ ବିଷୟରେ ଯୁକ୍ତି ଦର୍ଶାଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories