www.samajalive.in
Monday, December 8, 2025
24.1 C
Bhubaneswar

ପରିକ୍ରମା ପ୍ରକଳ୍ପ ପରିଦର୍ଶନରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ; ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା

ହରଭଙ୍ଗା : ପରିକ୍ରମା ପ୍ରକଳ୍ପ ପରିଦର୍ଶନରେ ଯାଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର ଶ୍ରଦ୍ଧାଳୁ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ମୃତ୍ୟୁ ଘଟିଥିଲା । ସୋମବାର ମୃତକଙ୍କ ପରିବାରକୁ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭେଟି ସମବେଦନା ଜଣାଇବା ସହିତ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ସହାୟତା ରାଶି ପ୍ରଦାନ ସମୟରେ ତାଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ, ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞ୍ଜନମଦନମୋହନ ପାତ୍ର, ଜିଲ୍ଲା ପରିଷଦନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ହରଭଙ୍ଗା ବି. ଡି. ଓ ସ୍ୱପ୍ନିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଥାଉ କି ବ୍ଲକ ପ୍ରଶାସନ ପକ୍ଷରୁ ଗତ ୮ ତାରିଖ ହରଭଙ୍ଗା ବ୍ଲକର ୨୨ଗୋଟି ପଞ୍ଚାୟତରୁ ୧୨ଗୋଟି ବସ ଯୋଗେ ୪୮୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ସରସରା ପଞ୍ଚାୟତର ୨୨ଜଣ ଶ୍ରଦ୍ଧାଳୁଙ୍କୁ ନେଇ ମଧ୍ୟ ଏକ ବସ ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ପୁରୀ ଯାତ୍ରା କରିଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ବସଟି ପୁରୀ ପହଂଚିବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟରେ ଶ୍ରଦ୍ଧାଳୁ ପୂର୍ଣ୍ଣିଚନ୍ଦ୍ରବାରିକ (୬୦)ଙ୍କ ଦେହ ଅସୁସ୍ଥତା କାରଣରୁ ସେ ଗୁରୁତର ହୋଇପଡ଼ିଥିଲେ। ଶେଷରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories