www.samajalive.in
Saturday, December 6, 2025
26.1 C
Bhubaneswar

ପାଗଳ କୁକୁର କାମୁଡ଼ାରେ ଜେଜେମା ଏବଂ ନାତି ଗୁରୁତର

କଲମପୁର: ଗୁରୁବାର ସକାଳୁ ବନ୍ଧକନାରେ ଅଭାବନୀୟ ଘଟଣା ଘଟିଛି। ଜନୈକ ବ୍ୟକ୍ତିଙ୍କର ଘର ଭିତରେ ଏକ ପାଗଳ କୁକୁର ପଶିଯାଇ ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କ ସମେତ ଅଢେଇ ବର୍ଷିୟ ଶିଶୁକୁ କାମୁଡି ରକ୍ତାକ୍ତ କରିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ବନ୍ଧକନା ଗାଁର ୫୫ ବର୍ଷିୟ ନିଲାବତୀ ବାଗ ଏବଂ ତାଙ୍କ ଅଢେଇ ବର୍ଷିୟ ନାତି ଆରବ ଘର ଭିତରେ ରହିଥିଲେ। ପରିବାରର ଅନ୍ୟ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଏହି ସମୟରେ ଏକ ପାଗଳ କୁକୁର ଘର ଭିତରକୁ ପଶିଯାଇ ଉଭୟ ଜେଜେମା ଏବଂ ନାତି କୁ କାମୁଡି ରକ୍ତାକ୍ତ କରିଥିଲା। ଉଭୟଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories