www.samajalive.in
Monday, December 8, 2025
27.1 C
Bhubaneswar

ଇଡି ଉପରେ ଆକ୍ରମଣ ଘଟଣା – ଏସ୍ଆଇଟି ଗଠନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ଡେସ୍କ: ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବା ଉପରେ କଲିକତା ହାଇକୋର୍ଟର ଖଣ୍ଡପୀଠ ଆଜି ଅନ୍ତରୀଣ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ ଜୟ ସେନଗୁପ୍ତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ପଶ୍ଚିମବଙ୍ଗ ପୁଲିସର ଦୁଇ ଜଣ ଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶରଦ ପାୱାରଙ୍କ ଦଳର ନୂଆ ନାମ – ଏନସିପି ଶରଦଚନ୍ଦ୍ର ପାୱାର

- Advertisement -

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକ ବିଚାରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛି। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି ମଧ୍ୟ ଖଣ୍ଡପୀଠ କରିଛନ୍ତି। ପଶ୍ଚିମବଙ୍ଗ ପୁଲିସ ସନ୍ଦେଶଖାଲି ଘଟଣା ସହ ଜଡିତ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସାଧାରଣ ଜନତାଙ୍କ ପସନ୍ଦର ସ୍ଥାନ ସିକନ୍ଦରାବାଦ ରାଷ୍ଟ୍ରପତି ନୀଳୟମ

ସୂଚନାଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିଠାରେ ସହଜାନ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ଉପରେ ଆକ୍ରମଣ କରିବା ସହ କିଛି ଅଧିକାରୀଙ୍କୁ ଗୁରୁତର ଭାବେ ଆହତ କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories